ghodanacha
ବିଲୁପ୍ତ ହେବାକୁ ବସିଲାଣି ଲୋକ କଳା ଓ ଲୋକ ସଂସ୍କୃତି। ଗ୍ରାମୀଣ ପରମ୍ପରାକୁ ଲୋକେ ଭୁଲିବାକୁ ବସିଲେଣି। ତଥାପି ଇଣ୍ଟରନେଟ ଓ ସୋସିାଆଲ ମିଡିଆ ଯୁଗରେ ବି ଲୋକକଳାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି କୈବର୍ତ୍ତ ସମାଜ। କୈବର୍ତ୍ତ ଜାତିକୁ ଏକାଠି କରିବା ଏବଂ କୌଳିକ ବୃତ୍ତିକୁ ପର ପୀଢୀକୁ ଆଗେଇ ନେବାର ଲକ୍ଷ୍ୟ ନେଇ ଜଗତସିଂହପୁରର ଝଙ୍କଡ ସ୍ଥିତ ମା ଶାରଳା ଙ୍କ ପୀଠରେ ଆୟୋଜିତ ହୋଇଥାଏ ମହାମିଳନ ଉତ୍ସବ।
ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କମ୍ପୁଛି ଗାଁ ଦାଣ୍ଡ, ଚମକୁଛି ଗ୍ରାମୀଣ ସଂସ୍କୃତି । ଚଇତି ଘୋଡାନାଚରେ ପ୍ରକମ୍ପିତ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳା ଙ୍କ ପୀଠ। ପ୍ରତିବର୍ଷ ପରି ଏବର୍ଷ ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଜଗତସିଂହପୁର ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମହାମିଳନ ଉତ୍ସବ। ଏଥିରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ କୈବର୍ତ୍ତ ଭାଇ ମାନେ ଏକାଠି ହୋଇଥିଲେ । ଉଦ୍ଦେଶ୍ୟ ହେଉଛି ପରମ୍ପରା ଓ ଲୋକ ସଂସ୍କୃତିର ପ୍ରଦର୍ଶନ ଏବଂ କୌଳିକ ବୃତ୍ତିର ପ୍ରସାର। ଚଇତି ଘୋଡା ନାଚର ବର୍ଣ୍ଣାଢ଼୍ୟ ପଟୁଆରରେ ଆସି ମା'ଶାରଳାଙ୍କ ବେଢା ପରିକ୍ରମା କରିଥିଲେ କଳାକାର। ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ପକ୍ଷରୁ ଚଇତି ଘୋଡା ମାନଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିବା ସହିତ ହଜାର ହଜାର ଲୋକଙ୍କ ଗହଣରେ ପାରମ୍ପରିକ ଘୋଡାନାଚ ପରିବେଷଣ କରାଯାଇଥିଲା । ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ପକ୍ଷରୁ ମା'ଶାରଳାଙ୍କୁ ୧୦୮ ପଦ୍ମଫୁଲ, ପାରମ୍ପରିକ ଢ଼ିଙ୍କି କୁଟା ଚୁଡାଘଷା ଲାଗି କରାଯିବା ସହ ପଣା ଅର୍ପଣ କରାଯାଇଥିଲା ।
ଚୈତ୍ର ପୂର୍ଣ୍ଣିମା ଠାରୁ ଆଠଦିନ ବ୍ୟାପି ଚଇତି ଘୋଡାନାଚ ପରମ୍ପରା କେଉଁ ଆବାହମାନ କାଳରୁ ଚଳି ଆସୁଛି ମା ଶାରଳାଙ୍କ ପୀଠରେ। ଚଳିତ ସମାରୋହରେ ୪୦ଟିରୁ ଉର୍ଦ୍ଧ ଘୋଡା ଏହି ଉତ୍ସବର ଶୋଭାବର୍ଦ୍ଧନ କରିଥିଲେ। କୈବର୍ତ୍ତ ମହାସଂଘର ଏହି ବାର୍ଷିକ ସମାରୋହରେ ଜଗତସିଂହପୁର ବ୍ୟତୀତ ପୁରୀ, କେନ୍ଦ୍ରାପଡା ଓ କଟକ ଜିଲ୍ଲାର କୈବର୍ତ୍ତ ସମାଜର କର୍ମକର୍ତ୍ତା ସାମିଲ ହୋଇ କୈବର୍ତ୍ତ ମାନଙ୍କୁ ଏକାଠି କରିବାର ଉଦ୍ୟମ କରିଥିଲେ। ଚଇତି ଘୋଡାନାଚ ପରି ଲୋକକଳା ଓ ଲୋକ ସଂସ୍କୃତି ଲୋପ ପାଇବାକୁ ବସିଥିବା ବେଳେ କୈବର୍ତ୍ତ ସମାଜ ଏଭଳି ଉତ୍ସବ ଦ୍ବାରା ଏହାର ଲୋକପ୍ରିୟତା ବଜାୟ ରଖିପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ghodanacha_1744909720.jpg)