• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ । OPSC ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି ବଣ୍ଡାଘାଟିର ବିନି ମୁଦୁଲି । ବିନିଙ୍କ ବାପା ଆଶ୍ରମ ବିଦ୍ୟାଳୟର ରୋଷେୟା । ମା ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରନ୍ତି ।

ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ରଖିଥିବା ବିନିଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ । ବଣ୍ଡାଘାଟିର ପ୍ରାଥମିକ ବିଦ୍ୟାଳୟରୁ ପାଠପଢ଼ା ଆରମ୍ଭ କରି କ୍ରମେ ନବୋଦୟ ସ୍କୁଲରେ ଆଡମିଶନ କରିଥିଲେ । ସେଇଠି ପାଠପଢ଼ା ପରେ ଘରେ ରହି you tubeରୁ ଶିଖିଥିଲେ OPSC ପାଇବାର ଫର୍ମୁଲା ।

କଠିନ ପରିଶ୍ରମ ଆଜି ତାଙ୍କୁ ଦେଇଛି ସଫଳତା । ଆଗାମୀ ଦିନରେ ଲୋକଙ୍କ ସେବା ସହ ଅଞ୍ଚଳର ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ମନସ୍ଥ କରିଥିବା କହିଛନ୍ତି ବିନି । ଗତକାଲି ୨୦୨୨ ଓଏଏସ୍‌ ରେଜଲ୍ଟ ପ୍ରକାଶ ପାଇଥିଲା । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଟପ୍ ଟେନ୍‌ରେ ରହିଛନ୍ତି ୫ ମହିଳା ଓ ୫ ପୁରୁଷ । ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି ।

୧. ଶ୍ୱେତାଶ୍ରୀ ମହାପାତ୍ର

୨. ପ୍ରିଙ୍କିଲ ପରବୀନ ପରିଡ଼ା

୩. ଦୀପ୍ତିରଞ୍ଜନ ପତି ତୃତୀୟ

୪- ପ୍ରଜ୍ଞା ପାରଙ୍ଗମ

୫- ଆଜାଦ ସାହୁ

୬- ଦୀପମ ରାଉତ

୭- ଦେବବ୍ରତ ଗୌଡ଼

୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ

୯- କପିଳ କୁମାର ମହାନ୍ତି

୧୦- ଅମ୍ରିତା ସାହୁ

ଓଟିଭିକୁ OAS ଟପ୍ପର ଶ୍ୱେତାଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି, ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି । କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି । ଚାକିରି ଛାଡ଼ି OAS ପାଇଁ ପ୍ରସ୍ତତି କରୁଥିଲି । NIT ଦୁର୍ଗାପୁରରେ ବିଟେକ୍‌ ପରେ ଚେଷ୍ଟା କରିଥିଲି ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now