Advertisment

Ramakrushna Dasmahapatra: ତେଜୁଛି ଦୀଘା ଦିଅଁ ବିବାଦ, ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦାଖଲ କରାଯାଇଛି । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏହି ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଅଦ୍ୟତନ ହୋଇଛି
ଦୀଘା ଦିଅଁ ବିବାଦ, ରାମକୃଷ୍ଣଙ୍କ ନାଁରେ ଏତଲା

ଦୀଘା ଦିଅଁ ବିବାଦ, ରାମକୃଷ୍ଣଙ୍କ ନାଁରେ ଏତଲା

Advertisment

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା । ଦୀଘା ଜଗନ୍ନାଥ ମନ୍ଦିର 'ଦାରୁ' ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦାୟର କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦାଖଲ କରାଯାଇଛି । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏହି ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଦୀଘା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗୁନୀ; କହିଲେ, ଦୀଘାକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ

ତେବେ ଗତକାଲି ବି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଥିଲା । ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିଲା । ଅନଲାଇନରେ ଏତଲା ଦେଇଥିଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି ଅଭିଯୋଗ ନେଇ ଥାନାରେ ଏତଲା ହୋଇଥିଲା । ନବକଳେବର ପରଠୁ ରଖାଯାଇଥିବା ନିମକାଠ ସ୍ମଗଲିଂ ନେଇ ଏତଲାରେ ଉଲ୍ଲେଖ ରହିଛି । ତେବେ ଏ ନେଇ ସିଂହଦ୍ବାର ପୋଲିସର ପ୍ରତିକ୍ରିୟା ମିଳିନାହିଁ ।

Advertisment

ସେପଟେ ଦାରୁ କାଠରେ ଦୀଘା ଦିଅଁ ନିର୍ମାଣ ଓ ଦୀଘାକୁ ଜଗନ୍ନାଥ ଧାମ ଭାବେ ନାମକରଣ ବିବାଦ ପ୍ରସଙ୍ଗରେ ତତ୍ପର ହେଲା ଶ୍ରୀମନ୍ଦିର ପ୍ରଶାସନ। ପୂରା ଘଟଣାରେ ହାଜର ହୋଇ ଉତ୍ତର ରଖିବାକୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ ପରେ ବିଭିନ୍ନ ପର୍ଯ୍ୟାୟରେ ତିନି ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଛତିଶା ନିଯୋଗ ନାୟକ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମୁଖ୍ୟ ମହାରଣାମାନଙ୍କୁ ଡାକି ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ସେହିପରି ଦୀଘାକୁ ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗରେ ଆଇନର ଆଶ୍ରୟ ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ପରାମର୍ଶ ଦେଇଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର । ସେ କହିଛନ୍ତି ଏଭଳି ନିଷ୍ପତ୍ତିରୁ ଓହରିବାକୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରନ୍ତୁ । ତାସହ କହିଛନ୍ତି ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ଅନୁଚିତ୍ । ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ । ସେମିତି ସୁଭଦ୍ରାଙ୍କ ବାଡଗ୍ରାହୀ କହିଛନ୍ତି- ଦାରୁ ଗୃହରୁ ଦାରୁ ନେବାର ନିୟମ କି ବ୍ୟବସ୍ଥା ନାହିଁ, ଯିଏ ନେଲେ, ସେ କେମିତି ନେଲେ ତାଙ୍କୁ ପଚରାଯାଉ। ପଥର ନିର୍ମିତ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା ପାଇଁ ମୂଳ ପୀଠରୁ ସେବକ ଯିବା ସମ୍ପୂର୍ଣ୍ଣ ଅନୁଚିତ୍ ।

Advertisment

ଅଧିକ ପଢ଼ନ୍ତୁ: ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଓଲଟିଲା ଡମ୍ପର, ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

Puri Jagannath Sena Jagannath Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ