Bicycle Into Bike
ଆଗରୁ ବାଇକ୍, ପଛରୁ ବାଇକ୍, ଦୂରରୁ ଦେଖିଲେ ବାଇକ୍, ଉପରୁ ଦେଖିଲେ ବି ବାଇକ୍ । ହେଲେ ଯଦି, ସବୁ କିଛି ବାଇକ୍ ତ ଚର୍ଚ୍ଚା କାହିଁକି ! ସବୁ ଆଡ଼ୁ ସିନା ବାଇକ୍ କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଜାଣିପାରିବେ କି ଏଇ ବାଇକ୍ ନୁହେଁ ବରଂ ସାଇକଲ୍ । ହଁ ଠିକ୍ ଶୁଣିଲେ ସାଇକେଲକୁ ଏମିତି ବାଇକର ରୂପ ଦେଇଥିବା ଏଇ ଇଞ୍ଜିନିୟର୍ ହେଉଛନ୍ତି କଟକ ରାଜେନ୍ଦ୍ର ନଗରର ଗ୍ୟାସ୍ ଷ୍ଟୋଭ୍ ମରାମତି କରୁଥିବା ମିସ୍ତ୍ରୀ ଶିବ ଶଙ୍କର ସାହୁ ।
ଉପରୁ ମଟର ସାଇକେଲ୍ ଓ ତଳୁ ସାଇକେଲ୍ ରୂପ ଦିଆଯାଇଥିବା ଏହି ଅଜବ ଅଜଗ ଯାନର ବି ରହିଛି ଅଜବ କାହାଣୀ । ଶିବ ନିଜ ପୁଅକୁ ପ୍ରତିଦିନ ସାଇକେଲରେ ସ୍କୁଲ ଛାଡ଼ନ୍ତି ହେଲେ ଦିନେ ପୁଅ ବାଇକ୍ ପାଇଁ ଅଳି କରିଥିଲା । ବାଇକ୍ ଚଲାଇ ଜାଣିନଥିବା ଶିବ ବହୁତ ଭାବି ଭାବି ଶେଷରେ ଲାଗିଥିଲେ ପୁଅକୁ ବାଇକରେ ସ୍କୁଲ ଛାଡ଼ିବେ । ହେଲେ ଅର୍ଥ ଆସିବ କୁଆଡ଼ୁ ! ତେଣୁ ଶେଷରେ ଏମିତି ଇଞ୍ଜିନିୟରିଂ ବୁଦ୍ଧି ଉଦୟ ହେଲା ଆଉ ଆବିଷ୍କାର ହେଲା ଅଧା ସାଇକେଲ୍, ଅଧା ବାଇକ୍ ।
ଅଧିକ ପଢନ୍ତୁ: ପଚାରିଲାନି ପୁଅ, ଟ୍ରେନ ଆଗକୁ ଡେଇଁ ପଡିଲେ ବୃଦ୍ଧ ବାପାମା'...
ଗରିବ ହେଲେ କ’ଣ ହେବ ପୁଅର ଇଚ୍ଛା ପାଇଁ ବାପା ସବୁ କିଛି କରିପାରେ । ତେଣୁ ଏଇ ଛୋଟିଆ କେବିନରେ ନିଜ ଗୁଜୁରାଣ ମେଣ୍ଟାଇବାକୁ କଷ୍ଟ ହେଲେ ବି ପୁଅର ପାଠ ପଢ଼ାରେ, ପୁଅରେ ଇଚ୍ଛା ପୂରଣରେ ଯେପରି କିଛି କମି ନଯାଏ ସେଇଆ ଭାବି ଭାବି ସେ ଦେଢ଼ ମାସରେ ନିର୍ମାଣ କରିଲେ ଏଇ ବାଇକ୍ । ପୁରୁଣା ହିରୋ ହୋଣ୍ଡା ସିଡି-୧୦୦ ଗାଡ଼ିର ଯନ୍ତ୍ରାଶ ସବୁ ଏଠି ଲାଗିଛି । ଗାଡ଼ି ହେଣ୍ଡେଲ୍, ପେଟ୍ରୋଲ୍ ଟାଙ୍କି, ସ୍ପିଡୋ ମିଟର୍, ଲେଗ୍ ଗାର୍ଡ, ସିଟ୍ ସବୁ କିଛି, କେବଳ ଇଞ୍ଜିନକୁ ଛାଡ଼ି...
ଏଇ ଅଧା ସାଇକେଲ୍ ଓ ଅଧା ବାଇକ୍ କୁ ଦେଖିବାକୁ କଟକରେ ଜମୁଛି ଭିଡ଼ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751561449.jpeg)