Advertisment

Missing Son Returns As Transgender: ଆମ ପୁଅ ଘରୁ ପୁରୁଷ ହୋଇ ଯାଇଥିଲା, କିନ୍ନର ହୋଇ ଫେରିଲା...

ହଜିଲା ପୁଅକୁ ପାଇବା ପରେ ବାପାଙ୍କ ଆଖିରେ ଲୁହ। ହେଲେ ଘରକୁ ଫେରିବା ଭିତରେ ସମ୍ପୁର୍ଣ୍ଣ ବଦଳିଯାଇଛି ଗେହ୍ଲା ପୁଅର ରୂପ। ଘରୁ ପୁରୁଷ ହୋଇ ଯାଇଥିବା ବେଳେ କିନ୍ନର ହୋଇ ଫେରିଛି। ଯାହାକୁ ଦେଖି ସ୍ଥାଣୁ ପାଲଟି ଯାଇଛନ୍ତି ବାପା ।

Missing Son Returns As Transgender

Missing Son Returns As Transgender

Advertisment

ହଜିଲା ପୁଅକୁ ପାଇବା ପରେ ବାପାଙ୍କ ଆଖିରୁ ବୋହି ଆସୁଛି ଧାର ଧାର ଲୁହ। ୩ ଦିନ ହେଲା ପୁଅ କୁଆଡ଼େ ଚାଲିଯାଇଥିଲା। ହେଲେ ସେ ଆଜି ଫେରିଆସିଥିବାରୁ ଖୁସିରେ ଆତ୍ମହରା ହୋଇଯାଇଛନ୍ତି ସେ। ଏମିତିକି ପୁଅକୁ ଖୋଜିବାରେ ସାହାଯ୍ୟ କରିଥିବାରୁ ସାମ୍ୱାଦିକଙ୍କୁ କୃତଜ୍ଞତା ଦେବାକୁ ସିଏ ପଛାଉନାହାନ୍ତି। ହେଲେ ଏହି ୪ଦିନ ଭିତରେ ସମ୍ପୁର୍ଣ୍ଣ ବଦଳିଯାଇଛି ତାଙ୍କ ଗେହ୍ଲା ପୁଅର ରୂପ। ଘରୁ ପୁରୁଷ ହୋଇ ଯାଇଥିବା ବେଳେ କିନ୍ନର ହୋଇ ଫେରିଛି। ଯାହାକୁ ଦେଖି ସ୍ଥାଣୁ ପାଲଟି ଯାଇଛନ୍ତି ବାପା, ତାଙ୍କ ପାଟିରୁ ଶବ୍ଦଟିଏ ବାହାରୁ ନାହିଁ। ଭେଣ୍ଡିଆ ପୁଅର ଏହି ରୂପକୁ ସେ ବିଶ୍ୱାସ କରିପାରୁ ନାହାନ୍ତି। ଅସହାୟ ହୋଇ ବସିରହି ସେ ଛୋଟ ପିଲାଟିଏ ପରି କାନ୍ଦି ଚାଲିଛନ୍ତି। 

Advertisment

ଗତ ୧୭ ତାରିଖ ଖୋର୍ଦ୍ଧା ବାଲୁଗାଁ ଥାନା ଅନ୍ତର୍ଗତ ବିଶ୍ଵାଳ ସାହିରୁ ସୂର୍ଯ୍ୟକାନ୍ତ ବେହେରା ନାମକ ଜଣେ ୧୭ ବର୍ଷୀୟ ନାବାଳକ ଘରୁ କେଉଁଆଡେ ପଳାଇ ଯାଇଥିଲା। ତାକୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ ପରିବାର। ହେଲେ ନମିଲିବାରୁ ତାଙ୍କ ବାପା ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଯେଉଁଥିରେ ତାଙ୍କୁ ସାହାଯ୍ୟ କରିଥିଲେ ଓଟିଭି ବାଲେଶ୍ୱର ପ୍ରତିନିଧି ପ୍ରକାଶ ମହାନ୍ତି। ତେବେ ୩ଦିନ ପରେ ସହଦେବଖୁଣ୍ଟା ଅଞ୍ଚଳରୁ ସୂର୍ଯ୍ୟକାନ୍ତଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏତିଦିନ ପରେ ପୁଅକୁ ପାଇ ବେଶ ଖୁସି ହୋଇ ଯାଇଥିଲେ ବାପା। ହେଲେ କହିଥିଲେ ପୁଅ ଆଗରୁ ଏମିତି ନଥିଲା, କିନ୍ନର ମାନେ ତାକୁ ବଦଳାଇଦେଲେ ।

ଅଧିକ ପଢ଼ନ୍ତୁ: ଭବାନୀପାଟଣାରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

କାଜଲ ସାହୁ ନାମକ ଜଣେ କିନ୍ନରଙ୍କ ପାଖରୁ ସୂର୍ଯ୍ୟଙ୍କୁ ଉଦ୍ଧାର କରାଯାଇଥିଲା। ସୂର୍ଯ୍ୟ ନିଜ ଇଚ୍ଛାରେ ତାଙ୍କ ପାଖକୁ ପଳାଇଆସିଥିଲା। ଯଦି ତାଙ୍କ ବାପା ମାଆ ନେବାକୁ ଚାହୁଛନ୍ତି ନେଇଯାଆନ୍ତୁ ବୋଲି କହିଛନ୍ତି କାଜଲ ।

Advertisment

ପୁଅର ଏପରି ରୂପକୁ ବିଶ୍ୱାସ କରିପାରୁ ନାହାନ୍ତି ସୂର୍ଯ୍ୟକାନ୍ତଙ୍କ ବାପା। ହେଲେ ପୁଅର ଇଚ୍ଛା ଆଗରେ ଏହାକୁ ଗ୍ରହଣ କରିବା ଛଡ଼ା ତାଙ୍କ ପାଖେ ଆଉକିଛି ଉପାୟ ନାହିଁ । 

Transgender Transgenders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ