Advertisment

Chhattisgarh Tension: ଚାଷୀଙ୍କ ଧାନ ଉଠୁନି, ପଶୁଛି ଛତିଶଗଡ଼ ଟ୍ରକ...ଜଗି ବସୁଛନ୍ତି ଚାଷୀ

ମଣ୍ଡିରୁ ଧାନ ଉଠୁନି, ଚାଷୀ ଖରା ବର୍ଷା ଭିତରେ ହନ୍ତସନ୍ତ ହେଇ ଧାନକୁ ବଞ୍ଚାଇବାକୁ ଲାଗିଛି। ହେଲେ ଛତିଶଗଡ଼ରୁ ଧାନ ଆସି ଏଠି ବିକ୍ରି ହେଉଛି। ଅଧିକ MSP ପାଇଁ ଛତିଶଗଡ଼ରୁ ଧାନ ସିନା ଆସୁଛି ହେଲେ ଓଡ଼ିଶା ଚାଷୀ ଏଥିରେ କ୍ଷତି ସହୁଛନ୍ତି।

ଅଦ୍ୟତନ ହୋଇଛି
Chhattisgarh Tension

Chhattisgarh Tension

Advertisment

ଓଡ଼ିଶା ଚାଷୀଙ୍କୁ ଘାରିଛି ‘ଛତିଶଗଡ଼’ ଚିନ୍ତା। ଏଠି ଆସୁଛନ୍ତି, ବିକୁଛନ୍ତି ଧାନ । ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ଏବେ ଏହାକୁ ନେଇ ଦେଖାଦେଇଛି ନୂଆ ଟେନସନ୍ । ସୋନପୁର ଜିଲ୍ଲାକୁ ଛତିଶଗଡ଼ରୁ ଆସିଥିବା ଧାନ ବସ୍ତା ଭର୍ତ୍ତି ଟ୍ରକକୁ ଅଟକାଇଥିଲେ ଚାଷୀ । ଅନ୍ୟପଟେ ମଣ୍ଡିରେ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ଥିବା ଆକ୍ରୋଶ। ଧାନ ଗଜା ହେଲାଣି ତଥାପି ଉଠି ପାରୁନି। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଧସେଇ ପଶିଥିଲେ ଚାଷୀ।

Advertisment

ହକ୍ ପାଇଁ ନିଜ ପେଟପାଟଣା ପାଇଁ ବିକ୍ଷୋଭ ଓ ବିରୋଧ କରିଥିଲେ। ମାସ ମାସ ଧରି ଦାବି କରିବା ପରେ ବି ଧାନ ଉଠିନି ତେଣୁ ବାଧ୍ୟ ହୋଇ ଏ ବାଟ ଆପଣାଇଛନ୍ତି ଚାଷୀ। ହେଲେ ଜିଲ୍ଲାର ଚାଷୀଙ୍କ ଧାନ ଉଠୁନଥିବା ବେଳେ ବାହାର ରାଜ୍ୟରୁ ଧାନ କେମିତି ପଶୁଛି ତାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଅଧିକ ବଢ଼ିଛି।

ଅଧିକ ପଢ଼ନ୍ତୁ: ଅଧାବାଟରେ ଅଚଳ ହେଲା ଆମ୍ବୁଲାନ୍ସ, ପଡ଼ିରହିଲେ ସାପକାମୁଡ଼ା ରୋଗୀ

ନୂଆପଡ଼ା ଜିଲ୍ଲାରେ ତ ସ୍ଥିତି ଆହୁରି ସଙ୍ଗୀନ। ମିଲ୍ ରେ ରଙ୍ଗେହାତ ଧରାପଡ଼ିଛି ଛତିଶଗଡ଼ ଧାନୀ ବିକ୍ରି କାରବାର। ନୂଆପଡ଼ା ଲକ୍ଷ୍ମୀପୁର ବଂଶଲ ଏଗ୍ରୋ ରାଇସ୍ ମିଲ୍ ରେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଧରାପଡ଼ିଛି ଏ ସବୁ ଘଟଣା।

Advertisment

ମଣ୍ଡିରୁ ଧାନ ଉଠୁନି, ଚାଷୀ ଖରା ବର୍ଷା ଭିତରେ ହନ୍ତସନ୍ତ ହେଇ ଧାନକୁ ବଞ୍ଚାଇବାକୁ ଲାଗିଛି। ହେଲେ ଛତିଶଗଡ଼ରୁ ଧାନ ଆସି ଏଠି ବିକ୍ରି ହେଉଛି। ଅଧିକ MSP ପାଇଁ ଛତିଶଗଡ଼ରୁ ଧାନ ସିନା ଆସୁଛି ହେଲେ ଓଡ଼ିଶା ଚାଷୀ ଏଥିରେ କ୍ଷତି ସହୁଛନ୍ତି। ସେପଟେ କିନ୍ତୁ ଜିଲ୍ଲା ପ୍ରଶାସନ କହିଛି ଘଟଣାର ଯାଞ୍ଚ ଚାଲିଛି।

ଅଧିକ ପଢ଼ନ୍ତୁ: ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଟିପରେ ମିଳିପାରିବ ୧୮ ପ୍ରକାରର ସେବା

Advertisment
Farmer Protest MSP For Paddy Paddy Chattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ