Spiny Gourd
ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା, ସୁଲଭ ଦରରେ ବିକ୍ରି କରି ନ ପାରି ଶେଷରେ କ୍ଷତି ସହୁଛନ୍ତି ଚାଷୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲେଶୁନ ପାଲି ଗାଁରେ। ଏଠାକାର କାଙ୍କଡ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। କାଙ୍କଡ ଗୁଡିକୁ ଭଲ ଦରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବା ଆଶା ଆଶାରେ ରହିଯାଇଛି।
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲେଶୁନ ପାଲି ଗାଁ ଦେଶୀ କାଙ୍କଡ଼ ପାଇଁ ପ୍ରସିଦ୍ଧ। ଏଠାକାର ପ୍ରାୟ ତିନିଶହ ପରିବାର କାଙ୍କଡ଼ ଚାଷ କରନ୍ତି। ବିଶେଷ କରି ବିଲର ହିଡରେ ଏହା ପ୍ରଚୁର ପରିମାଣ ଚାଷ କରାଯାଏ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ପଚାଶ ବର୍ଷରୁ ଅଧିକ ବର୍ଷ ହେବ ସେମାନେ ଏହି ଦେଶୀ କାଙ୍କଡ ଚାଷ କରି ଆସୁଛନ୍ତି। କୋଡ଼ିଏ ତିରିଶି କେଜି କାଙ୍କଡ ସେମାନେ ସପ୍ତାହକୁ ତୋଳିଥାନ୍ତି। ଯାହାକୁ ସେମାନେ ବେପାରୀଙ୍କୁ ବିକ୍ରି କରିଥାନ୍ତି।
ଅଧିକ ପଢ଼ନ୍ତୁ: ଶ୍ରାବଣରେ ଜମି ଫାଟି ଆଁ କରିଛି; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ
ଯେତେବେଳେ କାଙ୍କଡର ପ୍ରଥମ ଉତ୍ପାଦନ ହୁଏ ସେବେ ଏହା ବଜାରରେ କିଲୋ ପ୍ରତି ୪୦୦ ଟଙ୍କାରେ ବିକ୍ରି ହୋଇଥାଏ, କିନ୍ତୁ ବେପାରୀ ମାନେ ସେମାନଙ୍କ ଠାରୁ ମାତ୍ର ୨୦୦ ଟଙ୍କାରେ କିଣି ନିଅନ୍ତି। ଫଳରେ କାଙ୍କଡର ଉଚିତ ମୂଲ୍ୟ ପାଆନ୍ତିନି ଚାଷୀ । ଖଡ଼ିଆଳର ଲୋକେ ପନିପରିବା ପାଇଁ ସବୁବେଳେ ଛତିଶଗଡ଼ ଉପରେ ନିର୍ଭରଶୀଳ। ସେଥିପାଇଁ ପ୍ରାୟ ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟିଥାଏ।
ସ୍ଥାନୀୟ ଚାଷୀ ପରିବା ଚାଷ ପାଇଁ ଇଚ୍ଛୁକ ନଥିବା ବେଳେ ସରକାରୀ କଳ ମଧ୍ୟ ଉଦାସୀନତା ଅବଲମ୍ବନ କରିଥାଏ। କିନ୍ତୁ ଲେସୁନ ପାଲି ଗ୍ରାମବାସୀ ବର୍ଷ ବର୍ଷ ଧରି କାଙ୍କଡ଼ ଚାଷ କରୁଥିଲେ ମଧ୍ୟ ଏମାନଙ୍କୁ ପ୍ରଶାସନ ତରଫରୁ କୌଣସି ପ୍ରୋତ୍ସାହନ ମିଳେନାହିଁ। ଏପରିକି ଗାଁରେ ଶୀତଳ ଭଣ୍ଡାର ମଧ୍ୟ ନଥିବା ଅଭିଯୋଗ ହୋଇଛି। ତେବେ ଉଦ୍ୟାନ କୃଷି ବିଭାଗ କହୁଛି ଖଡ଼ିଆଳରେ ଥିବା ଶୀତଳ ଭଣ୍ଡାରରେ ସାଇତି ରଖନ୍ତୁ। ମାତ୍ର ଲେସୁନ ପାଲି ଠାରୁ ଖଡ଼ିଆଳର ଦୂରତା ପ୍ରାୟ ୫୦ କିମି । ତେବେ ଏହା କିପରି ସମ୍ଭବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724239373.jpg)