ଗୋଟିଏ ପରିବାରର ୩ ମୃତ
Advertisment
ଗଞ୍ଜାମ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ବିଷ ପିଇ ଜୀବନ ହାରିଲେ ପରିବାରର ୩ ଜଣ । ମାଆ ସହ ପୁଅ ଓ ଝିଅର ମୃତ୍ୟୁ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
Advertisment
ଅଧିକ ପଢ଼ନ୍ତୁ: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି
ସୂଚନା ଅନୁସାରେ ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ । ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ପୋଲିସ୍ ଅଧିକ ଖୋଳତାଡ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743997257.jpg)