Advertisment

Odisha Girl Missing in Tamilnadu: ଦାଦନ ଖଟିବାକୁ ଯାଇ ଝିଅ ନିଖୋଜ, ଚିନ୍ତାରେ ପରିବାର

କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାରର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।

ଅଦ୍ୟତନ ହୋଇଛି
ଦାଦନ ଖଟିବାକୁ ଯାଇ ଝିଅ ନିଖୋଜ

ଦାଦନ ଖଟିବାକୁ ଯାଇ ଝିଅ ନିଖୋଜ

Advertisment

ଦାଦନ ଖଟିବାକୁ ତାମିଲାନାଡ଼ୁ ଯାଇଥିଲେ । ବାପା-ମାଆ ଭାବିଥିଲେ ଝିଅ ତାମିଲନାଡ଼ୁ ଯାଇ ଦି ପଇସା ରୋଜଗାର କରି ପରିବାର ଚଳାଇବ । କିନ୍ତୁ ହୋଇଥିଲା କିଛି ଅଲଗା । ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଗଲେ ଝିଅ । ଦିନେ କି ଦୁଇ ଦିନ ନୁହେଁ ୩ ମାସ ହେବ ଝିଅର କୌଣସି ଖୋଜ ଖବର ନାହିଁ ।

Advertisment

ସେପଟେ ଝିଅକୁ ନପାଇ କାନ୍ଦି କାନ୍ଦି ଲୋଟି ପଡ଼ୁଛି ମାଆ । ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ । ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି । କେବଳ ମାଆ ନୁହେଁ ପୂରା ପରିବାରର ସମାନ ଅବସ୍ଥା । ଗୋଟିଏ ବୋଲି ଅଲିଅଳୀ ଝିଅ ନିଖୋଜ ଥିବାରୁ କାହାରି ଆଖିରୁ ଶୁଖୁନି ଲୁହ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଦେଓଗାଁରେ । ଏହି ଗ୍ରାମର ବିରଧାନ ଟୁଡୁଙ୍କ ଝିଅ ସୁଭଦ୍ରା । ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । କିନ୍ତୁ ସେଠାରେ ହଠାତ କୁଆଡେ ନିଖୋଜ ହୋଇଗଲେ । ଝିଅର କିଛି ଖୋଜ ଖବର ନ ମିଳିବାରୁ ପରିବାରର ଆଜି ଏଇ ଅବସ୍ଥା ।

ଅଧିକ ପଢ଼ନ୍ତୁ: ଦାଦନ ଖଟିବାକୁ ଯାଇଥିଲା ଝିଅ, ହେଲେ ଦୁର୍ଘଟଣା ପରେ...

ବିରଧାନ ଟୁଡୁଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଦିନ ମଜୁରି କରି ସ୍ୱାମୀ-ସ୍ତ୍ରୀ ଯେତିକି ରୋଜଗାର କରନ୍ତି ତାହା ଘର ଖର୍ଚ୍ଚରେ ସରିଯାଏ । ଝିଅ ସୁଭଦ୍ରାର ପାଠପଢାରେ ବେଶ ରୁଚି ଥିଲା । ଭଲ ନମ୍ବର ରଖି ସେ ମ୍ୟାଟ୍ରିକ ମଧ୍ୟ ପାସ କରିଥିଲେ । ମାଟ୍ରିକ୍‌ ପରେ ଅଧିକ ପଢିବାକୁ ସୁଭଦ୍ରାଙ୍କ ଇଚ୍ଛା ଥିଲେ ମଧ୍ୟ ପଇସା ଅଭାବରୁ ନିଜେ ରୋଜଗାର କରି ପାଠ ପଢିବାକୁ ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ସେହି ଗାଁର ତାଙ୍କ ପିଉସୀ ରିମା ଟୁଡୁଙ୍କ ସହ ତାମିଲନାଡୁ ଯାଇ ସାହାନା ନାମକ ଏକ ସିଲେଇ ସଂସ୍ଥାରେ କାମ କରୁଥିଲେ । କିଛିଦିନ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା । ହେଲେ ହଠାତ ଦିନେ ସକାଳୁ ତାଙ୍କ ଫୋନ ବନ୍ଦ ଦେଖାଇଥିଲା । ବାପା ଏନେଇ ରିମାଙ୍କୁ ଫୋନ୍‌ କଲେ ମଧ୍ୟ ସେ ଫୋନ୍‌ ମଧ୍ୟ ଉଠେଇ ନଥିଲେ । ତେବେ କିଛି ଦିନ ପରେ ରିମା ଗାଁକୁ ଆସିଥିଲେ । ହେଲେ ବିରଧାନଙ୍କ ପରିବାର ଝିଅ ବିଷୟରେ ପଚାରିବାରୁ ସେ କିଛି ଜାଣି ନଥିବା କହିଥିଲେ ।

Advertisment

ଯାହାଫଳରେ ବିରଧାନ ଝିଅର ନିଖୋଜ ନେଇ ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ କରଥିଲେ । ବାରିପଦା ଏସପିଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । କିନ୍ତୁ ମାସ ପରେ ମାସ ବିତିଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରଛନ୍ତି ବିରଧାନ ଟୁଡୁ ।

ସେପଟେ ଏହି ଘଟଣା ସମ୍ପର୍କରେ ଆମେ ବାଦାମପାହାଡ଼ IICଙ୍କୁ ପଚାରିବାରୁ ଏଇ ସପ୍ତାହରେ ତାମିଲନାଡୁ ଯାଇ ଖୋଜା ଖୋଜି କରିବୁ ବୋଲି କହିଛନ୍ତି । କିନ୍ତୁ ଏପଟେ ୩ ମାସ ହେଲା ଝିଅକୁ ନ ପାଇ ଅସହାୟ ହୋଇପଡିଛି ପୁରା ପରିବାର। ଏପରିକି ଝିଅ ଚିନ୍ତାରେ ମା’ ନୀଳମଣି ମଧ୍ୟ ରୋଗଗ୍ରସ୍ତ ହୋଇପଡିଛନ୍ତି । ତେଣୁ ଏ ଘଟଣାରେ ସରକାର ହସ୍ତକ୍ଷପ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Advertisment
Rairangpur Girl Missing Tamilnadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ