Advertisment

Mango Kernel Tragedy in Kandhamal: ‘ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି’

ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।

ଅଦ୍ୟତନ ହୋଇଛି
Mango Kernel Tragedy in Kandhamal

Mango Kernel Tragedy in Kandhamal

Advertisment

ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି । ଝରଣା ପାଣି ବ୍ୟବହାର ସହ ବଳକା ବାସି ଖାଦ୍ୟ ଖାଇଥିବା କହିଛନ୍ତି ପରିବାର ଲୋକେ । ଏମିତିକି ମୃତକଙ୍କ ପରିବାର ଚଳିତବର୍ଷ ଧାନମଣ୍ଡିରେ ୧୧ କ୍ୟୁଣ୍ଟାଲ ଧାନ ବିକ୍ରି କରିଥିବା ମଧ୍ୟ ସୂଚନା ଦେଇଛନ୍ତି । 

Advertisment

ପୂର୍ବରୁ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଥିଲା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ। ଖାଦ୍ୟ ବିଷାକ୍ତ ହୋଇଥିବାରୁ ତାକୁ ଖାଇ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା । ଖାଦ୍ୟ ସାମ୍ପଲରୁ ରୋଗ ସୃଷ୍ଟିକାରୀ ଜୀବାଣୁ ମିଳିଥିବା ସୂଚନା ବି ରହିଥିଲା ।

ଅଧିକ ପଢ଼ନ୍ତୁ:  IDCO Manager ବାବୁଙ୍କ ଅଚଳାଚଳ ସମ୍ପତ୍ତି; ସୁଇଚ୍‌ ଚିପିଲେ ଖୋଲୁଛି କବାଟ, କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ...

Advertisment

ଯେଉଁ ଦ୍ରବ୍ୟ ଆଦିବାସୀଙ୍କ ଖାଦ୍ୟ ଥାଳିର ଆକର୍ଷଣ, ତାହା କାହିଁକି ପାଲଟିଯାଉଛି ଜହର ? ପୁରୁଷ ପୁରୁଷ ଧରି ଯେଉଁ ଅଣଚାଷ ଖାଦ୍ୟ ଖାଇ ବଞ୍ଚୁଛନ୍ତି ବଣମୂଲକର ମଣିଷ, ତାହା କେମିତି ସାଜୁଛି ଘାତକ ? ସଲପ ହେଉ ବା ଆମ୍ବଟାକୁଆ ଜାଉ, ଜଙ୍ଗଲି ଜନ୍ଦା ହେଉ ଅବା ଶୁଖା ମାଂସ । ଜୀବନ ନେଇଛି, ଉଜାଡ଼ିଛି ଘର ପରିବାର । ଯେଉଁ ଅପବାଦ ପରେ ଏବେ ବିତର୍କର କାଠଗଡ଼ାରେ ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ। ତଥାପି ଛାଡ଼ିପାରୁନାହାଁନ୍ତି ଅଖାଦ୍ୟ ଅଭ୍ୟାସକୁ। 

ଜଙ୍ଗଲରୁ କେବେ ଆମ୍ବ ଟାକୁଆ ଆଣି ତ ଆଉ କେବେ ଜଙ୍ଗଲୀ ଜନ୍ଦା, କରଡ଼ି, ଛତୁ ଓ ଶାଗ ସଂଗ୍ରହ କରି ଖାଦ୍ୟ ପ୍ରସ୍ତୁତ କରିବା ସହ ଦୀର୍ଘଦିନ ଧରି ସାଇତି ରଖନ୍ତି। ଯେବେ ଘରେ ଚାଉଳ କିମ୍ୱା ଅନ୍ୟ ଖାଦ୍ୟ ସାମଗ୍ରୀ ସରିଯାଏ, ସେହି ସମୟରେ ଭୋକ ମେଣ୍ଟାଏ ଏସବୁ ଖାଦ୍ୟ। କେବଳ ଗଜପତି ନୁହେଁ, କନ୍ଧମାଳରୁ କୋରାପୁଟ, ରାୟଗଡ଼ାରୁ ନବରଙ୍ଗପୁର। ଆଦିବାସୀ ବହୁଳ ଏସବୁ ଜିଲ୍ଲାର ଉପାନ୍ତ ଇଲାକାରେ ଏଭଳି ଅଣଚାଷ ଖାଦ୍ୟ ପାଲଟିଛି ସାହା ଭରସା। ଆମ୍ବଟାକୁଆକୁ ଶୁଖାଇ ଏହାକୁ କିଏ ପିଠା କରିଖାଆନ୍ତି ତ ଆଉ କିଏ ଜାଉ କରି ବି ପିଅନ୍ତି।

Advertisment

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ। ଉପାନ୍ତର ଜନଜାତିଙ୍କ ଚାଲିଚଳନ ଓ ଖାଦ୍ୟପେୟର ଅଭ୍ୟାସରେ ସୁଧାର ପାଇଁ ୧୯୮୬ରୁ କାର୍ଯ୍ୟ କରୁଛି ସରକାରଙ୍କ ସ୍ବତନ୍ତ୍ର ବିଭାଗ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା-DKDA। ଏପରିକି କୁଟିଆ କନ୍ଧ ଉନ୍ନୟନ ପରିଷଦ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଲାଇଭଲିହୁଡ୍ ମିଶନ ଭଳି ଅନେକ ପ୍ରକଳ୍ପ ଜାରି ରହିଛି।

Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: