Advertisment

Fake Ration Card: ଓଡ଼ିଶାରେ ମାଳ ମାଳ ଭୂତ ରାସନକାର୍ଡଧାରୀ, ସରକାରୀ ସୁବିଧାର ଫାଇଦା ଉଠାଇଛନ୍ତି ୪୦ ଲକ୍ଷରୁ ଅଧିକ

ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି ।

ଅଦ୍ୟତନ ହୋଇଛି
ଅସଲିଙ୍କୁ ମିଳୁନି ନକଲି ମାଳ ମାଳ !

ଅସଲିଙ୍କୁ ମିଳୁନି ନକଲି ମାଳ ମାଳ !

Advertisment

ବାରମ୍ବାର ଆବେଦନ ପରେ ବି ପ୍ରକୃତ ହିତାଧିକାରୀ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରୁନାହାନ୍ତି । ହେଲେ ରାଜ୍ୟରେ ନକଲି ରେସନ କାର୍ଡଧାରୀଙ୍କ ସଂଖ୍ୟା ଆଖି ଖୋସିଦେଲା ଭଳି । ପାଖାପାଖି ୪୦ ଲକ୍ଷରୁ ନକଲି ରେସନ କାର୍ଡ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କେବଳ ଭୂତ ରେସନ କାର୍ଡଧାରୀ ନୁହଁନ୍ତି ରାଜ୍ୟରେ ଲୁଚି ରହିଛନ୍ତି ପୁଳାପୁଳା ନକଲି ଚାଷୀ ।

Advertisment

ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି । ଯେମିତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଲିପେଟା ଗାଁ କମୁ ମାଳି । ରେସନ କାର୍ଡ ଖଣ୍ଡେ ପାଇଁ ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ । ଜିଲ୍ଲାର ନାରାୟଣପାଟଣା ବ୍ଲକ ବିକ୍ରମପୁର ଗାଁର ଜଗବନ୍ଧୁଙ୍କ ଅବସ୍ଥା ଠିକ୍ ସେମିତି । ଘରେ ଦୁଇଟି ଛୋଟ ପିଲା ଥିବା ବେଳେ ମୂଲମଜୁରୀ ଲାଗି ସେ ପରିବାର ଚଳାଉଛନ୍ତି । ଚାରି ବର୍ଷ ଧରି ରେସନ କାର୍ଡ ପାଇଁ ଆବେଦନ କରିବି ଏଯାଏ ମିଳିପାରୁନି କାର୍ଡ ଖଣ୍ଡେ । ଉପାନ୍ତରେ ତ ଏମିତି, ଉପକୂଳରେ ବି ଅବସ୍ଥା ତଦ୍ରୁପ । ଭଦ୍ରକ ବାସୁଦେବପୁର ନଟିଆପାଳ ଗାଁର ମାନସୀ ଜେନାଙ୍କ ସ୍ବାମୀ ଦିନ ମଜୁରିଆ ହୋଇଥିବା ବେଳେ ପଲିଥିନି ପାଲ ତଳେ ଜୀବନ ବିତାଉଛନ୍ତି । କାର୍ଡ ଖଣ୍ଡେପାଇଁ ୧୦ ବର୍ଷ ହେଲା ଦୌଡିଛନ୍ତି ପଞ୍ଚାୟତରୁ ବ୍ଲକ ଅଫିସକୁ । ଗାଁର ବଡ଼ବଡ଼ିଆ ଓ ଚାକିରିଆ କାର୍ଡ ପାଇଥିବା ବେଳେ ମାତ୍ର ତାଙ୍କ କଥା କେହି ଶୁଣୁନାହାଁନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

ତେଣେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଜି ଫେକ୍ ରାସନ କାର୍ଡଧାରୀଙ୍କ ସଂପର୍କରେ ଦେଇଥିବା ବୟାନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାପରି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି। କିଏ ମରି
ସ୍ବର୍ଗରେ ଥିବା ସତ୍ତ୍ବେ ତାଙ୍କ ନାଁରେ ବି ରେସନ ଉଠୁଛି। ଯାହା ବିଗତ ୨୪ ବର୍ଷଧରି ଚାଲିଆସୁଥିଲା କିନ୍ତୁ ଆମ ସରକାର ଆସିବାପରେ ଏସବୁ ଧରପଗଡ ଆରମ୍ଭ ହୋଇଯାଇଛି।

Advertisment

ମନ୍ତ୍ରୀଙ୍କ କହିବା ଅନୁସାରେ, ରାସନ କାର୍ଡ ଭଳି ରାଜ୍ୟରେ ଭୂତ ଚାଷୀ ରହିଛନ୍ତି । କିଛି ଲୋକ ଚାଷ ନକରି ଚାଷୀଙ୍କୁ ମିଳୁଥିବା ସରକାରୀ ସହାୟତା ହଡପ କରିବା ଉଦ୍ଦେଶ୍ୟରେ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉଥରେ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

Advertisment
Odisha Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ