Advertisment

Delimitation Process: ଜନଗଣନା ନହେଉଣୁ 'ସୀମା' ରାଜନୀତି, ପୁରୁଣା ମାନଚିତ୍ରରେ ହେବ କି ପରିବର୍ତ୍ତନ ?

ଜୁନ୍ ୩୦ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ସୀମାରେ ହେବ କି ଅଦଳବଦଳ ? ଗାଁଠୁ ଜିଲ୍ଲା ଯାଏଁ ଥିବା ପୁରୁଣା ମାନଚିତ୍ରରେ ହେବ କି କିଛି ଏପଟ ସେପଟ ? ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ନୋଟିଫିକେସନ ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନେଇ ରାଜନୈତିକ ଗନ୍ଧ ବାରିଲେ ବିରୋଧୀ ।

ଅଦ୍ୟତନ ହୋଇଛି
undefined

Delimitation Process

Advertisment

ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ନୋଟିଫିକେସନ ପରେ ତେଜିଲା ରାଜନୀତି । ଆସନ୍ତା ଜୁନ ୩୦ ସୁଦ୍ଧା ଏ କାର୍ଯ୍ୟ ସାରିବାକୁ ରାଜ୍ୟସ୍ୱ ବିଭାଗ ଜାରି କରିଛି ବିଜ୍ଞପ୍ତି । ଏହା ଭିତରେ ରାଜ୍ୟର ସମସ୍ତ ବ୍ଲକ, ତହସିଲ, ପଞ୍ଚାୟତ, ରାଜ୍ୟସ୍ୱ ଗାଁ, ଏନଏସି ଓ ମୁନିସିପାଲିଟିର ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସମାପ୍ତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମିଳିଛି । ସେପଟେ କିନ୍ତୁ ଏତେ କମ୍ ସମୟରେ ଏ କାର୍ଯ୍ୟ କେମିତି ସମ୍ଭବ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏ ପ୍ରକ୍ରିୟାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ଏହା ଚିରାଚରିତ ପ୍ରକ୍ରିୟା ବୋଲି କହିଛନ୍ତି ରାଜ୍ୟସ୍ୱ ମନ୍ତ୍ରୀ । 

Advertisment

ଅଧିକ ପଢ଼ନ୍ତୁ: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ଜୁନ୍ ୩୦ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ସୀମାରେ ହେବ କି ଅଦଳବଦଳ ? ଗାଁଠୁ ଜିଲ୍ଲା ଯାଏଁ ଥିବା ପୁରୁଣା ମାନଚିତ୍ରରେ ହେବ କି କିଛି ଏପଟ ସେପଟ ? ଏଥର ଜନଗଣନା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲା, ସବ୍ ଡିଭିଜନ, ତହସିଲ, ରାଜ୍ୟସ୍ୱ ଗାଁ ଓ ଏନଏସି ଏବଂ ମୁନିସିପାଲିଟିରେ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ରାଜ୍ୟସ୍ୱ ବିଭାଗର ନୋଟିଫିସନକୁ ନେଇ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ନିକଟରେ କେନ୍ଦ୍ର ସରକାର ଜାତି ଭିତ୍ତିକ ଜନଗଣନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । କିନ୍ତୁ ତା ପୂର୍ବରୁ ରାଜ୍ୟର ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଜୁନ୍ ୩୦ ପୂର୍ବରୁ ସାରିବାକୁ ସବୁ ଜିଲ୍ଲାପାଳଙ୍କୁ ଡେଡଲାଇନ୍ ଦେଇଛି ରାଜ୍ୟସ୍ୱ ବିଭାଗ । 

Advertisment

ଜୁଲାଇ ୧ ତାରିଖ ପୂର୍ବରୁ ପ୍ରଶାସନିକ ସୀମା ପୁନଃର୍ଗଠନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତ ଲାଗି ଦିନ ଧାର୍ଯ୍ୟ ହୋଇଛି । ହେଲେ ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବାରିଛନ୍ତି ରାଜନୈତିକ ଗନ୍ଧ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ସେମାନଙ୍କୁ ସୁହାଇବା ଭଳି ସୀମା ନିର୍ଦ୍ଧାରଣ କରିବେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଅନ୍ୟପଟେ ଏତେ କମ୍ ଦିନରେ ଏ କାମ କେମିତି ସମ୍ଭବ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ସେପଟେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଏକ ଚିରାଚରିତ ପ୍ରକ୍ରିୟା । ପ୍ରତିଥର ଜନଗଣନା ପୂର୍ବରୁ ଏହା କରାଯାଇଥାଏ । ପ୍ରଶାସନିକ ସୀମା ନିର୍ଦ୍ଧାରଣ ହେଲେ, ଜନଗଣନା ବେଳେ ତଥ୍ୟକୁ ନେଇ କୌଣି ଦ୍ବନ୍ଦ୍ବ ସୃଷ୍ଟି ହୋଇନଥାଏ କିମ୍ବା ଗୋଟିଏ ସମାନ ତଥ୍ୟ ଏକାଧିକ ଥର ହସ୍ତଗତ ହେବାର ଆଶଙ୍କା ବି ନଥାଏ। ଜନସଂଖ୍ୟା ଓ ଆକାର ଦୃଷ୍ଟିରୁ ଗାଁ, ପଂଚାୟତ, ବ୍ଲକ ଓ ତହସିଲ ଓ ୟୁଏଲବି ଛୋଟ ହେଲେ ଲୋକେ ସହଜରେ ପ୍ରଶାସନିକ ସେବା ସୁବିଧା ପାଆନ୍ତି । ତେଣୁ ଏ ନିୟମିତ ପ୍ରକ୍ରିୟାକୁ ନେଇ ରାଜନୀତି କରିବାର କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ । 

Advertisment

 ଏପଟେ ପ୍ରଶାସନିକ ସୀମା ନିର୍ଦ୍ଧାରଣ ପାଇଁ ରାଜ୍ୟସ୍ୱ ବିଭାଗର ନିର୍ଦ୍ଦେଶ ପରେ ଏ କାର୍ଯ୍ୟକୁ ଧାର୍ଯ୍ୟ ସମୟ ଭିତରେ ସାରିବାକୁ ଫୁଲ୍ ଦମରେ ଲାଗିଛି ଜିଲ୍ଲା ପ୍ରଶାସନ । ଜୁଲାଇ ପହିଲାରୁ ସାରା ଦେଶରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଏ ପ୍ରକ୍ରିୟା ଭିତରେ ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣର ଆଉ ସୁଯୋଗ ନଥିବାରୁ ଏ ନିର୍ଦ୍ଦେଶକୁ ସବୁ ସ୍ତରରେ ଗୁରୁତର କାର୍ଯ୍ୟକାରୀ କରାଯାଉଛି ।

ଅଧିକ ପଢ଼ନ୍ତୁ: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ

Odisha Politics Delimitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ