Advertisment

ଦୁଇ ବର୍ଷ ହେଲା ସରୁନି ବଙ୍ଗଳାଗୁଡ଼ା ବ୍ରିଜ୍‌ କାମ, ଚୁପ୍ ବସିଛନ୍ତି NH କର୍ତ୍ତୃପକ୍ଷ

କୋରାପୁଟକୁ ରାୟଗଡ଼ା ସହ ସଂଯୋଗ କରୁଛି ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ବ୍ରିଜ୍। ୨୦୨୨ ଅଗଷ୍ଟ ୧୬ରେ ପ୍ରବଳ ବର୍ଷା ଯୋଗୁଁ ଏହି ବ୍ରିଜ୍ ଭାସି ଯାଇଥିଲା।

ଅଦ୍ୟତନ ହୋଇଛି
Bangalaguda Bridge Project Remains unfinished In Koraput

Bridge

Advertisment

ବ୍ରିଜ୍ ଭାଙ୍ଗିଗଲା ହେଲେ ଦୁଇ ବର୍ଷ ପରେ ବି ନିର୍ମାଣ ହୋଇପାରିଲାନି। ଏକ ଅସ୍ଥାୟୀ ଏବ୍ରିଜ୍ କରି ଚୁପ୍ ବସି ଯାଇଛନ୍ତି NH କର୍ତ୍ତୃପକ୍ଷ। କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବା ବଙ୍ଗଳାଗୁଡ଼ା ବ୍ରିଜ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି କାରଣ କିଛି ଦିନରେ ଆରମ୍ଭ ହୋଇଯିବ ବର୍ଷା।

Advertisment

ପାହାଡ଼ ଜଙ୍ଗଲ ଘେରା ବିପଦସଙ୍କୁଳ ରାସ୍ତା। କେତେବେଳେ କଣ ହେବ କେହି କହି ପାରିବେନି। ଏହାରି ଭିତରେ ଅସ୍ଥାୟୀ ବ୍ରିଜ୍ ଦେଇ ବଡ଼ ବଡ଼ ବସ୍ ଅନେକ ଯାନବାହନ ଚଳାଚଳ କରୁଛି। ଏବେ ତ ସବୁ କିଛି ଠିକ୍ ଅଛି ହେଲେ ବର୍ଷା ହେଲେ କଣ ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କୋରାପୁଟକୁ ରାୟଗଡ଼ା ସହ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ବ୍ରିଜ୍। ୨୦୨୨ ଅଗଷ୍ଟ ୧୬ରେ ପ୍ରବଳ ବର୍ଷା ଯୋଗୁଁ ବ୍ରିଜ୍ ଭାସି ଯାଇଥିଲା। ଦୁଇ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ହ୍ୟୁମ୍ ପାଇପ୍ ଉପରେ ଏକ ଅସ୍ଥାୟୀ ପୋଲ କରି କାମଚଳା ବ୍ୟବସ୍ଥା ହୋଇଛି।

ଅଧିକ ପଢ଼ନ୍ତୁ: କୋଟି କୋଟି ଟଙ୍କା ଗଲାଣି, ଏବେବି ସରିନି ଷ୍ଟାଡିୟମ ନିର୍ମାଣ କାମ..ଦାୟୀ କିଏ ?

Advertisment

ଅସ୍ଥାୟୀ ବ୍ରିଜରେ ଏବେ ଦୁଇଟି ସମସ୍ୟା ଦେଖାଦେଇଛି। ବଡ଼ ଯାନବାହନ ଚଳାଚଳ ଦ୍ବାରା ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅସରାଏ ବର୍ଷାରେ ବୁଡ଼ି ଯାଉଛି । ନୂଆ ବ୍ରିଜ୍ କାମ ଅଳ୍ପ କିଛି ଆରମ୍ଭ ହୋଇଛି ହେଲେ ଅସ୍ଥାୟୀ ବ୍ରିଜ୍‌ଟିଏ କରି ଯେମିତି ସବୁ କିଛି ଭୁଲି ଯାଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ସେପଟେ ଏନେଇ NH ଅଥରଟିଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲାପାଳ କହିଛନ୍ତି, ସମୀକ୍ଷା ହୋଇଛି ଖୁବ୍ ଶୀଘ୍ର ଟେଣ୍ଡର ଡାକି କାମ ଆରମ୍ଭ ହେବ। ବର୍ଷା ବଢ଼ିବା ପୂର୍ବରୁ ଯଦି, ବଙ୍ଗଳାଗୁଡ଼ାରେ ସ୍ଥାୟୀ ବ୍ରିଜ୍ ନହୁଏ ତାହେଲେ ଏଥର ବି ପୂର୍ବ ବର୍ଷ ଭଳି ଅସୁବିଧା ହେବା ସୁନିଶ୍ଚିତ ବୋଲି କୁହାଯାଉଛି।

Bridge Bridge Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ