/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723562635.jpg)
Vigilance raid
ଚାକିରି ବେଳେ ଅସତ୍ ଉପାୟରେ ଧନ ଅର୍ଜିଥିଲେ,ପାପର ଘଡ଼ା ପୁରିବା ପରେ ବନ୍ଧା ହେଲେ । R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ
ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଗତ ୧୫ ଦିନ ଭିତରେ ଏହି ଚାରି ଚାରି ଜଣ ମାଲଦାର ଯନ୍ତ୍ରୀ ଗିରଫ ହେଲେଣି ।
ସରକାର ବଦଳିବା ପରେ କାହିଁକି ଭିଜିଲାନସର ଆଖି ପଡ଼ିଛି ଏହି କୁବେର ଇଂଜିନିୟରମାନଙ୍କ ଉପରେ ? କାହା ଛତ୍ରଛାୟାରେ ରହି ଠୁଳ କରୁଥିଲେ ଅମାପ ଆୟ ବହିର୍ଭୁତ ସଂପତ୍ତି ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଗିରଫ ହୋଇଥିବା ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ସାମ୍ନାକୁ ଆସିଛି ଯାଜପୁର ଲିଙ୍କ । ୨୦୧୩ରୁ ୨୦୧୯। ୭ ବର୍ଷ ଧରି ଯାଜପୁର ଜିଲ୍ଲାରେ ଥିଲେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ।
ଯାହାଙ୍କ ଅମଳରେ ନିର୍ମାଣ ହୋଇଥିଲା ବହୁ ପ୍ରକଳ୍ପ। ତା’ମଧ୍ୟରୁ ଚର୍ଚ୍ଚିତ ପ୍ରକଳ୍ପ ହେଉଛି ଗୋକର୍ଣ୍ଣେଶ୍ୱର-ମଝିପଡ଼ା ଭାୟା ବୁଧଲିଙ୍ଗ ନଦୀ ବନ୍ଧ ରାସ୍ତା । ଯେଉଁଥିପାଇଁ ଖର୍ଚ୍ଚ ହୋଇଥିଲା ୨୧ କୋଟି ୯୯ ଲକ୍ଷ । ଆଉ ନିର୍ମାଣ ସରିବାର ୬ ମାସ ଭିତରେ ବିରାଟ ଘାଇ ହୋଇ ଧୋଇଗଲା । ଯେଉଁ ଘାଇକୁ ଲୋକେ ନାଁ ଦେଇଥିଲେ ମାମୁ-ଭଣଜା ଘାଇ । ଅର୍ଥାତ ଭଣଜା ହେଲେ ତତ୍କାଳୀନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ମାମୁ ଥିଲେ ତତ୍କାଳୀନ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନରେନ୍ ଜେନା ।
ତତ୍କାଳୀନ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅମଳରେ ନିର୍ମିତ ଏଭଳି ଏକାଧିକ ପ୍ରକଳ୍ପରେ ଦୁର୍ନୀତିର ଅଭିଯୋଗ ଉଠିଥିଲା । ବଡ଼ କଥା ହେଉଛି, ନିର୍ମାଣ ହେଉ କି ପୂର୍ତ୍ତ ବିଭାଗର କାମ । ସବୁଠି ବ୍ୟାପକ ପିସି କାରବାର ସହ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ଅନିୟମିତତା ଅଭିଯୋଗ ଯେମିତି ସାଧାରଣ କଥା ଥିଲା ବିଜେଡି ସରକାର ଅମଳରେ । ଆଉ ଏବେ ଜଣଙ୍କ ପରେ ଜଣେ ଇଞ୍ଜିନିୟର ବାବୁ ଭିଜିଲାନସ ଜାଲରେ ପଡ଼ିବା ପରେ ବିଜେପି ନିଶାନାରେ ପୂର୍ବ ସରକାର । ପ୍ରେସମିଟ୍ କରି ବିଜେପି ମୁଖପାତ୍ର କହିଛନ୍ତି, ୨୪ ବର୍ଷ ଧରି ଦୁର୍ନୀତିକୁ ନୀତି କରିଥିଲେ ନବୀନ ସରକାର ।
ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଦାୟିତ୍ୱ OBCCକୁ ଦେବା ତା’ର ଅନ୍ୟତମ ନମୁନା । ପାଣ୍ଡିଆନଙ୍କ ଖାସ୍ ଥିବା ଅଧିକାରୀଙ୍କୁ ତୃତୀୟ ମହଲା ସୁରକ୍ଷା ଦେଉଥିଲା । ନବୀନ ସରକାର ସମୟରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର । ଯାହାର ପ୍ରମାଣ ଏବେ ଓଡ଼ିଶା ଲୋକ ଦେଖୁଛନ୍ତି ବୋଲି କହିଛି ବିଜେପି । ତେଣେ ଏହାର ଜବାବ ରଖିଛି ବିଜେଡି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)