/odishatv-khabar/media/post_attachments/uploadimage/library/16_9/16_9_0/Elephant__1726487656.jpg)
Elephant
ଧାନ ତ ଖାଇଲେ ଖାଇଲେ, ଶେଷରେ ଧାନଡୁଲିରେ ରଖାଯାଇଥିବା ୧୦ ହଜାର ଟଙ୍କା ବି ଖାଇଗଲେ ହାତୀପଲ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବେଣା ଗାଁର ମୁଣ୍ଡା ସାହିରେ । ସୂଚନା ଅନୁସାରେ ଗତକାଲି ରାତିରେ ୫ ଟିକିଆ ହାତୀ ପଲ ଜଙ୍ଗଲରୁ ବେଣା ଗାଁରେ ପଶିଥିଲେ ।
Advertisment
ଖାଦ୍ୟ ଅନ୍ୱେଷଣରେ ପଶିଥିବା ହାତୀପଲ ଗାଁର ମୁଣ୍ଡାସାହିର ବାବୁରାମ ମୁଣ୍ଡାଙ୍କ ମାଟିଘର ଭାଙ୍ଗିଥିଲେ । ଏହାପରେ ହାତୀପଲ ମୁଣ୍ଡାସାହିର ରବୀନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଧାନ ବସ୍ତା ଟେକିନେଇ ଖାଇ ଦେଇଥିଲେ । ହେଲେ, ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା । ଧାନବସ୍ତା ଓ ଭଙ୍ଗାଡୁଲୀ ପାଇଥିଲେ ରବିନ୍ଦ୍ରଙ୍କ ପତ୍ନୀ । ଘଟଣା ନେଇ ଉଭୟ ପରିବାର ସହାୟତା ଲାଗି ବନ ବିଭାଗକୁ ନିବେଦନ କରିଛନ୍ତି । ସେପଟେ ଏ ନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)