Advertisment

Ration Card: ଆଉ ଘୁଞ୍ଚିବନି ଡେଡଲାଇନ୍ , E-KYC କରିନଥିଲେ ଜୁଲାଇରୁ ମିଳିବନି ଚାଉଳ

ଆଜି ସୁଦ୍ଧା କେୱାଇସି ଅପଡେଟ୍ କରିନଥିଲେ, ସସପେଣ୍ଡ ହେବ କାର୍ଡ। ୩ ମାସ ପାଇଁ ବନ୍ଦ କରାଯିବ ରାସନ। ଆଉ ତା ଭିତରେ କେୱାଇସି କଲେ ପୁନଃ ସଚଳନ କରାଯିବ। ନହେଲେ 3 ମାସ ପରେ ପୁରା କାର୍ଡ କଟିଯିବ।

ଅଦ୍ୟତନ ହୋଇଛି
Ration Card

Ration Card

Advertisment

କଟିବ 20 ଲକ୍ଷ 58 ହଜାର ରାସନ କାର୍ଡ ! ସରିଲା KYC ଡେଡ୍ ଲାଇନ୍। ଆଉ ସମୟ ଦେବେନି ସରକାର। ଚଳିତ ମାସରୁ ଆଉ ମିଳିବନି ରାସନ। ରାସନ କାର୍ଡ KYC ଅପଡେଟ୍ ପାଇଁ ଆଜି ଶେଷ ତାରିଖ ଥିବା ବେଳେ କିଛି ଏମିତି ବଡ଼ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। କହିଛନ୍ତି ଆଜି ଶେଷ ତାରିଖ। ଆଜି ସୁଦ୍ଧା କେୱାଇସି ଅପଡେଟ୍ କରିନଥିଲେ, ସସପେଣ୍ଡ ହେବ କାର୍ଡ।

Advertisment

୩ ମାସ ପାଇଁ ବନ୍ଦ କରାଯିବ ରାସନ। ଆଉ ତା ଭିତରେ କେୱାଇସି କଲେ ପୁନଃ ସଚଳନ କରାଯିବ। ନହେଲେ 3 ମାସ ପରେ ପୁରା କାର୍ଡ କଟିଯିବ। ଏଯାଏଁ 20 ଲକ୍ଷ 58 ହଜାର ହିତାଧିକାରୀ ଇ-କେୱାଇସି ଯାଞ୍ଚ କରି ନାହାନ୍ତି।ମନ୍ତ୍ରୀଙ୍କ ଏଭଳି ଡେଡ୍ ଲାଇନ୍ ପରେ ବିଭିନ୍ନ ସମସ୍ୟା ପାଇଁ କେୱାଇସି ଅପଡେଟ୍ କରିନଥିବା ହିତାଧିକାରୀଙ୍କ ମୁଣ୍ଡ ଘୁରିଲାଣି।

ଅଧିକ ପଢ଼ନ୍ତୁ : ଭୟଙ୍କର ଘଟଣା: ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ...

Advertisment

ନେଟୱର୍କ ସମସ୍ୟା ପାଇଁ ମାଲକାନଗିରି ଚିତ୍ରକୋଣ୍ଡାର ଅନେକ ହିତାଧିକାରୀ କେୱାଇସି କରି ପାରିନାହାନ୍ତି। ନୂଆ ରାସନ୍ କାର୍ଡ ଆବେଦେନ ପାଇଁ ୱେବ୍ ସାଇଟ୍ ବି ଖୋଲୁନାହିଁ। ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ନଳାଚୁଆ ଗାଁର ନରସିଂହ ଖେମୁଣ୍ଡୁଙ୍କ ପରିବାର ବି ଏବେ ରାସନ କାର୍ଡକୁ ନେଇ ଚିନ୍ତାରେ। ପରିବାରର ଅନ୍ୟ 5 ସଦସ୍ୟଙ୍କର କେୱାଇସି ଯାଂଚ ସରିଥିବା ବେଳେ ଦିବ୍ୟାଙ୍ଗ ପୁଅର କେୱାଇସି ହୋଇପାରିନି।

ନୂଆ ସରକାର ଆସିବା ପରେ ଭୂତ ଏବଂ ଅଯୋଗ୍ୟ ହିତାଧିକାରୀ ଖୋଜିବାକୁ ଇକେୱାଇସି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା. ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ 3 କୋଟି 36 ଲକ୍ଷ 35 ହଜାର ହିତାଧିକାରୀ ରହିଛନ୍ତି. ନୂଆ ସରକାର ଆସିବା ପରେ ପୁଣି 6 ଲକ୍ଷ ନୂଆ କାର୍ଡ ଦିଆଯାଉଛି । 

Advertisment

କେ୍ୱାଇସି ପ୍ରକ୍ରିୟାରୁ 5 ଲକ୍ଷ 23 ହଜାର ଅଯୋଗ୍ୟ ଏବଂ ମୃତ ହିତାଧିକାରୀଙ୍କୁ ବାହାର କରି କାର୍ଡ କଟା ଯାଇଥିବା ବେଳେ 20 ଲକ୍ଷ 58 ହଜାର କେ୍ୱାଇସି କରିନଥିବା ହିତାଧିକାରୀ ଫେକ୍ କି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।...

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି

Ration Card Odisha Government KYC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: