Advertisment

Assembly: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Odisha Assembly

Odisha Assembly

ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୨୮ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବା ରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ ମିନିଟରେ ପାରିତ ହୋଇଥିଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ୨୦୨୪ । ବିଶ୍ୱବିଦ୍ୟାଳୟ ବିଲ୍‌ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ହୋଇଥିଲା ଘମାଘୋଟ ଆଲୋଚନା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ ।

Advertisment

ସେହିପରି ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବ ସାହୁ ବିଲ୍‌ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଥିଲେ । ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ ।

ବେଶ ଘଟଣା ବହୁଳ ଥିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ କଂଗ୍ରେସ ଦଳର ସମସ୍ତ ବିଧାୟକ। ଏହାସହ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧି କରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା । ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ 7 ଟା 5 ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ।

ଅଧିକ ପଢ଼ନ୍ତୁ: ଯୋଗାଣ ମନ୍ତ୍ରୀଙ୍କ ଅଭିଯୋଗ; ‘ବିଜେଡି ପାଇଁ ବନ୍ଦ ହୋଇଥିଲା ଗହମ ଯୋଗାଣ’

BJD Congress Odisha BJP Odisha Assembly CMO
Advertisment
Advertisment