/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737009767.jpg)
ପରଲୋକରେ ଲୋଭାବତୀ ପରିଡା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କର ଦେହାନ୍ତ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ସେ ଇହଲୀଳା ସମ୍ୱରଣ କରିଛନ୍ତି ।
Advertisment
ପୁରୀ ଜିଲ୍ଲା ନୂଆହାଟର ନିଭରଣ ବାସିନ୍ଦା ଲୋଭାବତୀ ପରିଡାଙ୍କର ୫ ପୁଅଝିଅ ଅଛନ୍ତି । ପ୍ରଭାତୀ ହେଉଛନ୍ତି ତାଙ୍କର ତୃତୀୟ ସନ୍ତାନ ।
ମିଳିଥିବା ସୂଚନା ଅନୁସାରେ ଲୋଭାବତୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ଗାଁ ନିଭରଣ ଯାଇଛନ୍ତି । ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ ।
Advertisment
ଲୋଭାବତୀ ନୂଆହାଟ ଅଞ୍ଚଳରେ ଜଣେ ସମାଜସେବିକା ଭାବେ ଜଣାଶୁଣା ଥିଲେ । ଅନେକ ଉନ୍ନତିମୂଳକ କାମରେ ତାଙ୍କର ବିଶେଷ ଯୋଗଦାନ ଥିଲା । ଅନେକ ତାଙ୍କୁ ଶ୍ରଦ୍ଧାରେ ମାଆ ବୋଲି ଡାକୁଥିଲେ । ତାଙ୍କର ପରଲୋକ ଖବର ପାଇବା ପରେ ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)