ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଭାଇରାଲ ହେଲା ଭିଡିଓ

ଅପରେସନ ଗ୍ୟାଲେରୀ ଏକ ନିଷିଧାଞ୍ଚଳ ହୋଇଥିବା ବେଳେ, ସେଠାରେ କିଏ ଭିଡିଓ କଲା ତାହା ଜଣା ପଡିନାହିଁ ।

Hirakud Dam

ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଅପରେସନ ଗ୍ୟାଲେରୀର ଭିଡିଓ ଭାଇରାଲ୍ । ସୂଚନା ଅନୁସାରେ ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ ଖୋଲା ଯାଇଥିଲା । ତେବେ ଗେଟ୍ ଖୋଲିବା ସମୟର ଅପରେସନ ଗ୍ୟାଲେରୀର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅପରେସନ ଗ୍ୟାଲେରୀ ଏକ ନିଷିଧାଞ୍ଚଳ ହୋଇଥିବା ବେଳେ, ସେଠାରେ କିଏ ଭିଡିଓ କଲା ତାହା ଜଣା ପଡିନାହିଁ । ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ବ୍ଲଗର ଡ୍ରୋନ୍‌ କ୍ୟାମେରାରେ ହୀରାକୁଦ ଡ୍ୟାମର ଭିଜୁଆଲ ସୋସିାଅଲ ମିଡିଆରେ ଅପଲୋଡ କରିଛନ୍ତି । ତାହା ମଧ୍ୟ ଭାଇରାଲ ହୋଇଛି । ନିଷିଦ୍ଧାଞ୍ଚଳରେ କିଏ ଡ୍ରୋନ ଉଡାଇଲା ତାକୁ ମଧ୍ୟ ନେଇ ପ୍ରଶ୍ନ ଉଠିଛି। ଏ ନେଇ ହାରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଏଭଳି ଭିଡିଓ ହେବା କଥା ନୁହେଁ। ତେବେ, ସେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ବିହାରରୁ ଆଣୁଥିଲେ ବନ୍ଧୁକ, ଭୁବନେଶ୍ୱରରେ ଖେଳାଉଥିଲେ ଆତଙ୍କ

ସେପଟେ ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ବଢୁଛି ମହାନଦୀରେ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ମହାନଦୀର ଉଭୟ ପଟରେ କୁଳ ଖାଇ ପ୍ରବାହିତ ହେଉଛି ବନ୍ୟା ପାଣି । ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୭ ହଜାର ୫୫ କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୭ ହଜାର ୬୨୮ କ୍ୟୁକେସ୍ ବନ୍ୟା ପାଣି ନିଷ୍କାସିତ ହେଉଛି। ଏବେ ଡ୍ୟାମର ଜଳସ୍ତର ରହିଛି ୬୧୮ ଫୁଟ୍ । ଉପର ମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ପରେ ବଢିଛି ହୀରାକୁଦ ଡ୍ୟାମର ଜଳସ୍ତର। ଗତକାଲି ୩ଟି ପର୍ଯ୍ୟାୟରେ ୨୦ଟି ଗେଟ୍ ଖୋଲାଯାଇଥିଲା ।