Advertisment

Drivers Launch Statewide ‘Steering Down’: 'ସେମାନଙ୍କ ଦାବି ଯଥାର୍ଥ, ଆଲୋଚନା ଦ୍ବାରା ସମାଧାନ କରିବୁ'

ଡ୍ରାଇଭର ସଂଘ ସରକାର ବିରୋଧରେ ନାହାନ୍ତି କିମ୍ବା ସରକାର ସେମାନଙ୍କ ବିରୋଧରେ ନାହାନ୍ତି, ଏଣୁ ବୈଠକରୁ ନିଶ୍ଚିତ ସମାଧାନର ବାଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Drivers Launch Statewide Steering Down

Drivers Launch Statewide Steering Down

Advertisment

ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ଆଜି ବୈଠକ କରିବେ ସରକାରଆଲୋଚନା ମାଧ୍ୟମରେ ଦାବି ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନାକହିଛନ୍ତି, ଡ୍ରାଇଭର ମହାସଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା, ସେମାନଙ୍କ ଦାବି ଯଥାର୍ଥ

Advertisment

ସେହିପରି ଅଟୋ ଚାଳକ ମାନଙ୍କୁ ମଧ୍ୟ ସେମାନଙ୍କ ସଂଘରେ ରଖିବାକୁ ଦାବି ଆସିଛି, ଏନେଇ କଥାବାର୍ତ୍ତା ଚାଲିଥିବା ମନ୍ତ୍ରୀ କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡ୍ରାଇଭର ସଂଘ ସରକାର ବିରୋଧରେ ନାହାନ୍ତି କିମ୍ବା ସରକାର ସେମାନଙ୍କ ବିରୋଧରେ ନାହାନ୍ତି, ଏଣୁ ବୈଠକରୁ ନିଶ୍ଚିତ ସମାଧାନର ବାଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି

ସାରା ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼୭ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନସବୁଠି ବ୍ୟାଘାତ ହୋଇଛି ଗାଡ଼ି ଚଳାଚଳ ବିଭିନ୍ନ ସ୍ଥାନରେ ପ୍ରଭାବ ପରିଲକ୍ଷିତ ହୋଇଛି ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ବସ୍ ଗଡ଼ୁନଥିବାରୁ ଗନ୍ତବ୍ୟସ୍ଥଳରୁ ଯାଇ ନପାରି ଅସୁବିଧା ଭୋଗୁଛନ୍ତି ଯାତ୍ରୀ

Advertisment

ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରିବା ସହ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ ଆଦି ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି

ଅଧିକ ପଢନ୍ତୁ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…

Advertisment
Odisha Transport Minister Truck Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ