Advertisment

ଡ୍ରେନ୍‌ ଟ୍ରାଜେଡି: ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଅଦ୍ୟତନ ହୋଇଛି
Bhubaneswar Open Drain Tragedy

Drain Tragedy

Advertisment

ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ । କାହିଁକି ହେଲା ଅଘଟଣ ? ସନ୍ଧ୍ୟା ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏଥିସହ ସପ୍ତାହେ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ ମୃତ ୧୦ ବର୍ଷିୟ ଆବୁ ବକର ସାହଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପାଣିରେ ଭାସୁଥିବା ଏକ ବେଲୁନ ଆଣିବାକୁ ଯାଇ ଗତକାଲି ଡ୍ରେନ୍ ପାଣିରେ ଭାସିଯାଇଥିଲା ଆବୁ କବର ସାହ ।

Advertisment

ମୁକୁଳା ଡ୍ରେନ୍ ଜଣେ ନାବାଳକର ଜୀବନ ନେବା ପରେ, ଏହାକୁ ନେଇ ରାଜଧାନୀରେ ପ୍ରକାଶ ପାଇଛି ଉଦବେଗ । ପାଣିରେ ଭାସୁଥିବା ଏକ ବେଲୁନ ଆଣିବାକୁ ଯାଇ, ଡ୍ରେନ୍ ପାଣିରେ ଭାସିଯାଇଥିଲା ଅବୋଧ ଶିଶୁ । ଗତକାଲି ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ୍ରେ ଭାସିଯାଇ ୧୦ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ତେବେ ଅଭିଯୋଗ ହେଉଛି ଯେ, ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ନିରବଦ୍ରଷ୍ଟା ସାଜିଛି BMC। ଡ୍ରେନ୍ ସଫେଇ ସହ ମୁକୁଳା ଡ୍ରେନ୍ ବନ୍ଦ ପାଇଁ କାହିଁକି ଆଗୁଆ ପଦକ୍ଷେପ ନେଉ ନାହାନ୍ତି ପ୍ରଶ୍ନ ଉଠୁଛି।

ପଢନ୍ତୁ ଏହି ଖବର: ଅତାବିରାରେ ଚାଷୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆପଣମାନେ ଖୁସି ତ...

Advertisment

ସେପଟେ ମୁକୁଳା ଡ୍ରେନରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଭୁବନେଶ୍ବରର ସବୁ ମୁକୁଳା ଡ୍ରେନ୍‌ ଗୁଡିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁକୁଳା ଡ୍ରେନ୍ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭୁବନେଶ୍ବରରେ ଏହି ଘଟଣା ପ୍ରଥମ ନୁହେଁ । ୨୦୧୭, ୨୦୧୮, ୨୦୧୯ ଓ ୨୦୨୧ରେ ମଧ୍ୟ ଡ୍ରେନ୍ ପାଣିରେ ପଡ଼ି ଯାଇଛି ଅନେକ ଜୀବନ ।

ଆଜିଠୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ ମୁକୁଳା ଡ୍ରେନ୍ ବନ୍ଦ କରିବା କାମ । ଗତକାଲି ମୃତ ନାବାଳକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ପରେ ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । BMC ମେୟର ଓ କମିଶନରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅପରାଜିତା । ୩ ଦିନ ତଳେ ବିଏମସିର କର୍ପୋରେସନ ବୈଠକରେ ମୁକୁଳା ଡ୍ରେନକୁ ନେଇ ଅପରାଜିତା ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Advertisment
BMC Drain Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ