ବାଲେଶ୍ୱରରେ ବୁଲା କୁକୁର ଆତଙ୍କ
ବାଲେଶ୍ବର ସହରରେ ବୁଲା କୁକୁରଙ୍କ ଆତଙ୍କ। କେତେବେଳେ ଗାଡ଼ି ଆଗକୁ ମାଡ଼ି ଆସୁଛନ୍ତି ତ ପୁଣି କାହାକୁ କାମୁଡ଼ି ଗୋଡାଉଛନ୍ତି। ଯାହାଫଳରେ ନିଇତି ଘଟୁଛି ଦୁର୍ଘଟଣା । କୁକୁରଙ୍କ ଉତ୍ପାତ ଯୋଗୁ ଭୟଭୀତ ସହର ବାସିନ୍ଦା । ତେଣେ ପୌରାଧ୍ୟକ୍ଷ କହିଛନ୍ତି, ଫଣ୍ଡ୍ ଅଛି, ସରକାରଙ୍କ ଅନୁମତି ମିଳିଲେ ବନ୍ଧ୍ୟାକରଣ କରାଯିବ ।
ଅଧିକ ପଢ଼ନ୍ତୁ: ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା
ରାସ୍ତାଘାଟ, ପଡିଆ, ଦୋକାନ ବଜାର ଯୁଆଡେ ଦେଖିବେ ମାଳମାଳ କୁକୁର । ହଠାତ୍ ସାମ୍ନାକୁ ଚାଲି ଆସୁଛନ୍ତି, ଫଳରେ ଗାଡ଼ିରେ ଯାଉଥିବା ଲୋକଟିଏ ଭାରସାମ୍ୟ ହରାଇ ପଡ଼ି ଆହତ ହେଉଛି । ବାଲେଶ୍ବର ସହରର ପ୍ରକାଶ ଦାସ । କୁକୁର ପାଇଁ ଗାଡ଼ିରୁ ପଡ଼ି ଖଣ୍ଡିଆ ଖାବରା ହୋଇଛନ୍ତି । କେବଳ ପ୍ରକାଶ କାହିଁକି, ସବୁଦିନ ଏମିତି ଏକାଧିକ ଲୋକ କୁକୁର ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ।
କୁକୁରଙ୍କ ଦୌରାତ୍ମ୍ୟ ଏତେ ବଢିଛି ଯେ, ଲୋକଙ୍କୁ କାମୁଡି ଗୋଡାଇବାକୁ ପଛାଉ ନାହାନ୍ତି ସେମାନେ । ତେବେ ଏତେସବୁ ଘଟଣା ପରେ ବି ସତେ ଯେମିତି ଚେଇଁ ଶୋଇଛି ପୌରପାଳିକା । କୁକୁର ବନ୍ଧ୍ୟାକରଣ ହେଉ ଅବା କୁକୁର ଧରା ଗାଡ଼ିର ଦେଖାନଥିବା ଅଭିଯୋଗ କରିଛନ୍ତି ଲୋକେ ।
ସହରରେ ବଢୁଥିବା କୁକୁର ଆତଙ୍କ ପାଇଁ ଏବେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ତେଣେ ବାଲେଶ୍ବର ପୌରାଧ୍ୟକ୍ଷଙ୍କ କହିବା କଥା, କୁକୁର ବନ୍ଧ୍ୟାକରଣ ନେଇ ଅଭିଯୋଗ ବାରମ୍ବାର ଆସୁଛି । ବନ୍ଧ୍ୟାକରଣ ନେଇ ଫଣ୍ଡ୍ ବି ଅଛି । କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741272147.jpg)