Advertisment

Dispute In BeMC: ଟେଣ୍ଡର ବିଲ୍‌କୁ ନେଇ ଦୁଇ ଯନ୍ତ୍ରୀ ମୁହାଁମୁହିଁ, କାର୍ଯ୍ୟାନୁଷ୍ଠାନ ହେବ କହିଲେ ମେୟର

ଟେଣ୍ଡର ବିଲକୁ ନେଇ ମୁହାଁମୁହିଁ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ । ବିଲ୍ କ୍ଲିୟରାନ୍ସକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପୂର୍ବରୁ ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
BeMC Dispute

BeMC Dispute

Advertisment

ପୁଣି ବିବାଦରେ ବ୍ରହ୍ମପୁର ମହାନଗର ନିଗମ । ଟେଣ୍ଡର ବିଲକୁ ନେଇ ମୁହାଁମୁହିଁ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ । ଏକ ବିଲ୍ କ୍ଲିୟରାନ୍ସକୁ ନେଇ ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧିଙ୍କୁ କନିଷ୍ଠ ଯନ୍ତ୍ରୀ ଅମନ ପଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁସାରେ, ଏକ ଟେଣ୍ଡର କାର୍ଯ୍ୟର ବିଲ୍ କ୍ଲିୟର କରିବାରେ ନିର୍ବାହୀ ଯନ୍ତ୍ରୀ ବି.ନାଗେଶ୍ୱର ସୁବୁଦ୍ଧି ଜାଣିଶୁଣି ଅମନ ପଣ୍ଡାଙ୍କୁ ହଇରାଣ କରୁଥିଲେ। ଫଳରେ ଅମନ ପଣ୍ଡା ଏହାକୁ ନେଇ ନାଗେଶ୍ୱରଙ୍କୁ ଧମକ ଦେବା ସହ ପାଟିତୁଣ୍ଡ କରିଥିଲେ । ୧୩ ତାରିଖ ଦିନ ନାଗେଶ୍ୱର ସୁବୁଦ୍ଧି ନିଜ କାର୍ଯ୍ୟାଳୟରେ ବସିଥିବାବେଳେ ଅମନ ପଣ୍ଡା ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖିବାକୁ ମିଳିଥିଲା।

Advertisment

ମେୟରଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଧମକ ଓ କମିଶନରଙ୍କୁ କର୍ପୋରେଟରଙ୍କ ଗାଳି ସହିତ ଫାଇଲ ଚୋରି, ଜେଇଇଙ୍କୁ ଠିକାଦାରଙ୍କ ଧମକ ଘଟଣାକୁ ନେଇ ହଲଚଲ୍ ହୋଇଥିଲା ବ୍ରହ୍ମପୁର । ଏବେ ଦୁଇ ଯନ୍ତ୍ରୀଙ୍କ ଗଣ୍ଡଗୋଳ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ମେୟର କହିଛନ୍ତି, "ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯିବ।" ସେପଟେ ନୂତନ ଭାବେ ଯୋଗଦେଇଥିବା କମିଶନର କହିଛନ୍ତି, "ଆଗକୁ ସବୁ ବିଭାଗ ମଧ୍ୟରେ ସମନ୍ବୟ ପାଇଁ ଚେଷ୍ଟା କରାଯିବ।" ତେବେ ଏନେଇ ଦୁଇ ଯନ୍ତ୍ରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢନ୍ତୁ: ମେୟରଙ୍କ ନାଁରେ ଥାନାରେ ଏତଲା

BeMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ