Advertisment

Vigilance Raid : କନିଷ୍ଠ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି : ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ସହ ଏକାଧିକ କାର୍

କନିଷ୍ଠ ଯନ୍ତ୍ରୀଙ୍କ କୁବେର ଭଳି ସମ୍ପତ୍ତି । ଏଯାଏଁ ଠାବ ହେଲାଣି ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ସହ ଏକାଧିକ କାର୍ । ୫୦ ଲକ୍ଷର ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ଅଦ୍ୟତନ ହୋଇଛି
 Disproportionate Assets Of JE

Disproportionate Assets Of JE

Advertisment

ଲମ୍ବିଛି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । ଆଜି ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲିଛି । JEଙ୍କ ଭୁବନେଶ୍ୱରରେ ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ଠାବ ହୋଇଛି । ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଓ ରାୟଗଡ଼ାରେ ଗୋଟିଏ ପ୍ଲଟ ରହିଛି । ଖାଲି ସେତିକି ନୁହେଁ, ପିପିଲିରେ ୧ ଏକରରୁ ଊର୍ଦ୍ଧ୍ୱ ଜମିରେ ଏକ ଫାର୍ମହାଉସ୍ ରହିଛି । ଏହାସହ ୨ଟି ଦାମୀ କାର୍ ସହ ୫୦ ଲକ୍ଷର ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

Advertisment

 ଆଜି ରେଡବେଳେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପତ୍ନୀ କରିଥିଲେ ହାଇଡ୍ରାମା । ଭିଜିଲାନ୍ସ ଜବତ କରିଥିବା ମୋବାଇଲକୁ ସେ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଯେତେ ବୁଝାସୁଝା କରିଥିଲେ ସେ ବୁଝିବାକୁ ନାରାଜ ଥିଲେ । ତାଙ୍କଠାରୁ ମୋବାଇଲ୍ ଆଣିବାକୁ ଭିଜିଲାନ୍ସ ଟିମ୍ ନାକେଦମ ହୋଇଥିଲେ । ସୂଚନାଯୋଗ୍ୟ, ଆଜି ସକାଳୁ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରହିଥିବାବେଳେ ଅମାପ ସମ୍ପତ୍ତି ଠାବ ହେଲାଣି । 

ଅଧିକ ପଢନ୍ତୁ : ଚଢାଉବେଳେ ନାକେଦମ କଲେ ଯନ୍ତ୍ରୀଙ୍କ ପତ୍ନୀ, ଭିଜିଲାନ୍ସ ହାତରୁ ଜବତ ମୋବାଇଲ ଛଡାଇ ନେଲେ

Advertisment
Disproportionate Assets Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ