Advertisment

Diarrhea Outbreak: ଅଣାୟତ୍ତ ଝାଡାବାନ୍ତି, ଭେ।ଜିଭାତ ଉପରେ କଟକଣା

ଯାଜପୁରରେ ୮ କୋଲେରା ରୋଗୀ ଚିହ୍ନଟ, ବଢ଼ିଲା ଟେନସନ୍। ରଜରେ ଜିଲ୍ଲାରେ ସାମୁହିକ ଭୋଜିଭାତ ଉପରେ କଟକଣା । ବାସିଖାଦ୍ୟ ବିକ୍ରି ଅଭିଯୋଗରେ କିଛି ହୋଟେଲରେ ରେଡ୍।

ଅଦ୍ୟତନ ହୋଇଛି
Diarrhea Outbreak

Diarrhea Outbreak

Advertisment

ଯାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବେଡ୍ ଫୁଲ୍ । ନିଇତି ଭର୍ତ୍ତି ହେଉଛନ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ । ଆଉ ଜିଲ୍ଲାରେ ଏବେ ୮ ଜଣଙ୍କ ଠାରେ କୋଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ବଢ଼ିଛି ଟେନସନ୍।

Advertisment

ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ୧୪ ଜଣିଆ ଟିମ୍ ଆସୁଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। କେନ୍ଦ୍ରୀୟ ଟିମରେ ICMR, NCDC, ଫୁଡ୍ ସେଫ୍ଟି, WHO ଭଳି ବିଭିନ୍ନ ସଂସ୍ଥାର ସଦସ୍ୟ ରହିବେ। ଏହି ଟିମ୍ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ।

ଅଧିକ ପଢ଼ନ୍ତୁ: ରାଜଧାନୀକୁ ବି ଡାଇରିଆ ଭୟ, ଆକ୍ରାନ୍ତ ହେଲେଣି ଶତାଧିକ

ସେହିପରି କାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣାସ୍ଥଳକୁ ଯିବେ। ଏହାରି ଭିତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୧ ବୋଲି କୁହାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ଯାଜପୁର ପରେ ଭଦ୍ରକ, କେନ୍ଦୁଝର ଏବଂ କଟକ ଜିଲ୍ଲାରେ ବି ଝାଡାବାନ୍ତି ଆତଙ୍କ ଦେଖାଦେଇଛି। କଟକ ସଦର ଝିଙ୍କିରିଆ ଅଞ୍ଚଳରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏପଟେ ଯାଜପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡି. ବୃନ୍ଦା । ଜାତୀୟ ସ୍ୱାସ୍ଥ୍ୟ ମିଶନ ଟିମ୍ ସହ WHOର ପ୍ରତିନିଧି ଦଳ ମଧ୍ୟ ମିଳିତ ଭାବେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି l ଅନ୍ୟପଟେ ମେଡିକାଲ ଟିମ୍ ଗ୍ରାଉଣ୍ଡରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ହାଲୋଜିନ ବଟିକା ବାଣ୍ଟୁଛନ୍ତି।

Advertisment

ବାସି ଖାଦ୍ୟ ନଖାଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ଯାଜପୁରରେ ବାସି ଖାଦ୍ୟ ବିକିବା ଅଭିଯୋଗରେ ଏକ ହୋଟେଲକୁ ମଧ୍ୟ ସିଜ୍ କରିଛି ପ୍ରଶାସନ। ଏପଟେ କୋଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ସଜାଗ ହୋଇଛି ପ୍ରଶାସନ।

ଯାଜପୁର ଜିଲ୍ଲାରେ ରଜ ପର୍ବ ବେଳେ ଭୋଜିଭାତ ଉପରେ ଲାଗିଛି କଟକଣା। ସାମୁହିକ ସମାବେଶ ବେଳେ ଭୋଜିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ଘରରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀ ଧ୍ୟାନ ଦିଅନ୍ତୁ, ଏହି ଜିଲ୍ଲାରେ ୧୬ ଯାଏଁ ସବୁ ଛୁଟି ବାତିଲ...

Odisha Jajpur WHO Review Central Teams Diarrhea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ