Advertisment

Diarrhea outbreak : ୨ ସପ୍ତାହ ପାଇଁ ବନ୍ଦ ରହିବ ହେ।ଟେଲ,ଢାବା: ଜାଣନ୍ତୁ କାହିଁକି କଟକଣା ଜାରି କଲା ପ୍ରଶାସନ

ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି । ଏହା ସହ ଲେ।କଙ୍କୁ ଅନୁରେ।ଧ କରାଯାଇଛି ଫୁଟା ପାଣି, ଗରମ ରନ୍ଧା ଖାଦ୍ୟ ଖାଇବେ । ଡାଇରିଆର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

ଅଦ୍ୟତନ ହୋଇଛି
Diarrhea outbreak

Diarrhea outbreak

Advertisment

ଯାଜପୁର ବରୀରେ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ହୋଟେଲ୍, ଢାବା, ଜଳଖିଆ , ମିଠା ଦୋକାନ, ଫାଷ୍ଟଫୁଡ୍, ଚାଟ୍, ଗୁପଚୁପ୍ ଦୋକାନ, ଆଇସକ୍ରିମ ଓ ପାଣି ପାଉଚ୍ କାରଖାନା ସହ ମାଛ, ଚିକେନ୍ ଦୋକାନ ବନ୍ଦ ରହିବ । ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

Advertisment

ଅଧିକ ପଢନ୍ତୁ: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଏହା ସହ ଜନସାଧାରଣଙ୍କୁ ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି । ଏହା ସହ ଲେ।କଙ୍କୁ ଅନୁରେ।ଧ କରାଯାଇଛି ଫୁଟା ପାଣି, ଗରମ ରନ୍ଧା ଖାଦ୍ୟ ଖାଇବେ । ବାସି ଓ ପଚା ଖାଦ୍ୟ ଖାଇବେ ନାହିଁ । ହାଲେ।ଜେନ ଟାବଲେଟ ଓ ବ୍ଲିଚିଂ ପାଉଡର ଦ୍ବାରା ବିଶେ।ଧିତ ଜଳ ହିଁ ବ୍ୟବହାର କରିବେ । ଡାଇରିଆର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

କମିବା ବଦଳରେ ଦିନକୁ ଦିନ ଆହୁରି ବଢୁଛନ୍ତି ଆକ୍ରାନ୍ତ। ସଂଖ୍ୟା ହଜାରେ ଟପିଲାଣି। ଯାଜପୁର ଜିଲ୍ଲା ହସପିଟାଲ, ଧର୍ମଶାଳା, ବଡଚଣା, ରସୁଲପୁରର ଆଦି ହସପିଟାଲରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଆଡମିଟ୍ ହେଉଛନ୍ତି। ସିଡିଏମଓଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ୧୧ ଜଣଙ୍କଠାରେ କଲେରା ପଜିଟିଭ ଚିହ୍ନଟ ହେଲାଣି। ଆକ୍ୟୁଟ୍ କଲେରାରେ ଆକ୍ରାନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସରକାରଙ୍କ ସୂଚନା ଅନୁସାରେ ଏହି ସଂଖ୍ୟା ୬।

Advertisment

ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ଯାଜପୁରରେ ପହଞ୍ଚିଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ହଇଜା ବ୍ୟାପିଥିବା ଅଂଚଳକୁ ଯାଇ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଟିମ୍ ଆଲୋଚନା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯାଜପୁରରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ରୀୟ ଟିମ୍, ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଡାଇରିଆ ନିୟନ୍ତ୍ରଣ ନେଇ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି। ପାନୀୟ ଜଳ ବିଶୋଧନ ସହ ଜନ ସଚେତନତା କରାଯିବ। ଡାଇରିଆ ଚେନକୁ ଅଟକାଇବା ପାଇଁ ଆକ୍ରାନ୍ତଙ୍କ ପରିବାରକୁ ଇଞ୍ଜେକସନ୍ ଦେବା ଏବଂ କଣ୍ଟାକ୍ଟ ଟ୍ରେସିଂ ସହ ନିୟମିତ ମନିଟରିଂ କରାଯିବ।

ଅଧିକ ପଢନ୍ତୁ: ଯାଜପୁରରେ ବ୍ୟାପୁଛି ହଇଜା, ସ୍ଥିତି ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍‌

Diarrhea Outbreak Jajpur Bari Block Diarrhea Marriage Feast Hotels Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ