ପୀୟୁଷଙ୍କ ମୁଖା ଖୋଲିଦେଲେ ଧଉଳି ଗଣନାଟ୍ୟ ପ୍ରଯୋଜକ । କହିଲେ ମୋ ଠୁ ବି ଲକ୍ଷେ ଟଙ୍କା ନେଇଥିଲେ ପିୟୂଷ। ଲୋକ ପଠେଇଲି, ସୁଧ ମୂଳ ସହ ଆଦାୟ କଲି । ପୁଣିଥରେ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ଯାତ୍ରା କଳାକାର ପୀୟୂଷ । ଏଥର ତାଙ୍କୁ ଏକ୍ସପୋଜ କରିଛନ୍ତି ଧଉଳି ଗଣନାଟ୍ୟର ପ୍ରଯୋଜକ ବିଶ୍ୱଜିତ ରାଜ ।
Also Read
ଅଧିକ ପଢ଼ନ୍ତୁ: ରାତି ଅଧରେ ଘରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ କିନ୍ତୁ ୨ ଜଣ...
ସେ କହିଛନ୍ତି, ମୁଁ ବି ପିୟୁଷଙ୍କୁ ଲକ୍ଷେ ଟଙ୍କା ଦେଇଥିଲି । ହେଲେ ସେ ପଇସା ନ ଫେରାଇବାରୁ ଲୋକ ପଠାଇଥିଲି । ଆଉ ସେ ସୁଧ ମୂଳ ସହ ଦେଢ ଲକ୍ଷ ଟଙ୍କା ଫେରାଇଥିଲେ । ଏପରି ପଇସା ନେଇ ନ ଫେରାଇବା ପୀୟୂଷଙ୍କ ରୀତିମତ ଅଭ୍ୟାସ ବୋଲି ବିଶ୍ୱଜିତ କହିଛନ୍ତି ।
ବିଶ୍ୱଜିତ ଆହୁରି ମଧ୍ୟ କହିଥିଲେ, ପୀୟୂଷ କଳାକାର ତେଣୁ ତାଙ୍କୁ ଭଲ ଅଭିନୟ ଆସେ । ହେଲେ ସେ ଅଭିନୟ ଛାଡ଼ି ବାସ୍ତବତାକୁ ଆସନ୍ତୁ । ସିଂହବାହିନୀ ମାଲିକ ପାଢୀ ବାବୁ ଭଲ ଲୋକ । ପୀୟୂଷଙ୍କ ଟିକେ ଦୋଷ ରହୁଛି । ଯଦି ମୁଁ ପଇସା ଦେଇଥାନ୍ତି ତେବେ ସୁଧ ମୂଳ ସହ ଆଦାୟ କରିଥାନ୍ତି ।
ଏ ଯାତ୍ରା ଇଣ୍ଡଷ୍ଟ୍ରି ବିଶ୍ୱାସରେ ଚାଲେ । ଯାତ୍ରା ପାର୍ଟି ମାଲିକ ହେଉଛନ୍ତି ବାପା ସମାନ । କଳାକାର ହେଉଛନ୍ତି ସେମାନଙ୍କ ପିଲା ସଦୃଶ । ହେଲେ ଏଠି ପୀୟୂଷ ବିଶ୍ୱାସଘାତ କରିଛନ୍ତି । ଭାଣ୍ଡାମୀ କରି ଯାତ୍ରା ଜଗତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି କଳାକାରଙ୍କୁ ଯାତ୍ରା ପାର୍ଟି ବ୍ୟାନ୍ କରିବା ଦରକାର ବୋଲି ଦୃଢ ସ୍ୱରରେ କହିଥିଲେ ବିଶ୍ୱଜିତ । ଆଗକୁ ଏମିତି ଅସୁବିଧା ନହେଉ ତେଣୁ ମାଲିକ ମାନେ ଏକାଠି ବସି ଏହାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି । ତେବେ ଧଉଳି ଗଣନାଟ୍ୟର ପ୍ରଯୋଜକଙ୍କ ଅଭିଯୋଗକୁ ନେଇ ପୀୟୂଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।