Advertisment

Ratha Yatra: କାହା ହାତରେ ବୀର କାହାଳୀ, ତ କାହା କାନ୍ଧରେ ବିରଜାଙ୍କ ଧ୍ବଜା...ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର

ଜଗାକୁ ଭେଟ ହେବେ, ରଥ ଉପରେ ଆଖିରେ ଆଖି ପୂରେଇ ଦେଖିବେ, ସେଇଠି ନାଚିବେ-ଗାଇବେ। ଏମିତି ଅନେକ ଆଶା ନେଇ ପଥଯାତ୍ରାରେ ଆଗେଇ ଚାଲିଛନ୍ତି।

ଅଦ୍ୟତନ ହୋଇଛି
Ratha Yatra

Ratha Yatra

Advertisment

କାଳିଆ ସାଆନ୍ତଙ୍କୁ ରଥରେ ଦର୍ଶନ ପାଇଁ ପୁରୀ ମୁହାଁ ଭକ୍ତ। ଜଗା ନାଁ ଧରି ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର । ଜଗନ୍ନାଥ ମହାପ୍ରଭୁଙ୍କ ଯାଜପୁରିଆ ବନ୍ଧୁ, ବନ୍ଧୁ ମହାନ୍ତିର ଗାଁରୁ ବାହାରିଥିବା ଏ ପାଦ ଚାଲୁଛି ଯେ ଚାଲୁଛି। ଯେତେବେଳେ ଟିକେ ଥକି ଯାଉଛି, ମହାପ୍ରଭୁଙ୍କ ନାଁ ଉଚ୍ଚାରି ଦେଲେ ପୁଣି ବଳ ପାଇ ଯାଉଛି।

Advertisment

ବିରଜାକ୍ଷେତ୍ରରୁ ଶ୍ରୀକ୍ଷେତ୍ର। ତନ ମନ ହୋଇଛି ଜଗନ୍ନାଥ ମୟ, କାହା ହାତରେ ବୀର କାହାଳୀ, ତା କାହା କାନ୍ଧରେ ବିରଜାଙ୍କ ଧ୍ବଜା। ଗତ ରବିବାରଠୁ ସାଥୀମାନଙ୍କ ସହ ଚାଲି ଚାଲି ପୁରୀ ମୁହାଁ ଭକ୍ତ ଜଣକ ହେଲେ କୋରେଇ ଅଞ୍ଚଳର ମନୋଜ ମଲ୍ଲିକ। ଜଗାକୁ ଭେଟ ହେବେ, ରଥ ଉପରେ ଆଖିରେ ଆଖି ପୂରେଇ ଦେଖିବେ, ସେଇଠି ନାଚିବେ-ଗାଇବେ। ଏମିତି ଅନେକ ଆଶା ନେଇ ପଥଯାତ୍ରାରେ ଆଗେଇ ଚାଲିଛନ୍ତି।

ଅଧିକ ପଢନ୍ତୁ: ବର୍ଷାରେ ଭିଜିବ ରଥଯାତ୍ରା, ଏହି ଦିନ ଯାଏଁଁ ପ୍ରବଳ ଛେଚିବ...

ମାତ୍ର ୧୨ ବର୍ଷର ହେଇଥିଲେ ମନୋଜ, ଜେଜେଙ୍କ ସାଙ୍ଗେ ଚାଲି ଚାଲି ରଥ ଦେଖିବାକୁ ପୁରୀ ଆସିବାକୁ ଜିଦ୍ ଧରିଥିଲେ। ଅଝଟ ହେବାରୁ ଜେଜେ ଚଟକଣିଟାଏ ଦେଇଥିଲେ, ହେଲେ ସାଙ୍ଗରେ କିନ୍ତୁ ଆଣିଥିଲେ। ଆଜି ଜେଜେ ନାହାନ୍ତି, କିନ୍ତୁ ଜେଜେଙ୍କ ପଦାଙ୍କ ଅନୁସରଣ କରି ଦୀର୍ଘ ୩୨ବର୍ଷ ହେଲା ଏମିତି ରଥ ଆଗରୁ ପୁରୀକୁ ଚାଲି ଚାଲି ଆସୁଛନ୍ତି ମନୋଜ।

Advertisment

ସାଙ୍ଗରେ ଆସିଥିବା ଅନ୍ୟ ସାଥୀଭକ୍ତ ଜଣକ ବୀର କାହାଳି ଟିକେ ବଜେଇଦେଲେ ଆଗକୁ ବଢ଼ିବାକୁ ଶକ୍ତି ମିଳିଯାଉଛି। ଯାଜପୁରରୁ ପୁରୀ ମୁହାଁ ସବୁ ଭକ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଆମେ ପରା ଯାଜପୁରିଆ ବନ୍ଧୁ, ଜଗନ୍ନାଥେ ଆମ ସହ ବି ଚାଲୁଛନ୍ତି।

ଭକ୍ତଙ୍କ ପାଇଁ ରଥକୁ ଆସିବେ ଜଗନ୍ନାଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନରେ ଉଛୁଳିବ ଶ୍ରୀକ୍ଷେତ୍ର। ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର, ଜଳ, ସ୍ଥଳ ଓ ଆକାଶମାର୍ଗରୁ ରହିଛି ନଜର। ଏଥର ରଥଯାତ୍ରାବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ।

Advertisment

ଭୁବନେଶ୍ବର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷ୍ଣ ନଜର ରଖିଛନ୍ତି।

ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ।ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।

ରଥର ଇନର ଓ ଆଉଟର କର୍ଡନକୁ ବେଶୀ ଗୁରୁତ୍ବ ଦିଆଯାଉଛି। ନୂଆ ଅଫିସରଙ୍କୁ ଟ୍ରେନିଂ ଦେଇଛନ୍ତି ପୁରୁଣା। ସେହିପରି ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ୍ ଓ ପାର୍କିଂକୁ ଏଥର ଅଧିକ ଶକ୍ତିଶାଳୀ କରାଯାଇଛି। ଡ୍ରୋନ୍ ସାହାଯ୍ୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଅଭ୍ୟାସ ହୋଇଛି। ପୋଲିସ ପକ୍ଷରୁ ଜାରି ହେବାକୁ ଥିବା ଟ୍ରାଫିକ୍ ଆଡଭାଇଜରି ମାନିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି।...

ଅଧିକ ପଢନ୍ତୁ: ରଥ-ପଥ ପ୍ରସ୍ତୁତ, ୨୭୫ ସିସିଟିଭି ନଜରରେ ଶ୍ରୀକ୍ଷେତ୍ର

Puri Jaggannth Temple Jajpur Maa Biraja Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ