Advertisment

ଆଜି ଶ୍ରାବଣ ଶେଷ ସୋମବାର, ଶୈବପୀଠ ପ୍ରକମ୍ପିତ

ଆଜି ଶ୍ରାବଣର ଶେଷ ସୋମବାର। ଶିବ ଧ୍ବନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ଭୋଲେ ବାବା ପାର୍ କରେଗା ଗାଇ ଗାଇ କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ।

author-image
Niharika Routray
Shiv Temple

Shiv Temple

ଆଜି ଶ୍ରାବଣର ଶେଷ ସୋମବାର। ଶିବ ଧ୍ବନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ଭୋଲେ ବାବା ପାର୍ କରେଗା ଗାଇ ଗାଇ କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ। ଧବଳେଶ୍ବରରୁ ଲୋକନାଥ, ଆରଡ଼ିରୁ ଲଡ଼ୁବାବା ସବୁଠି କାଉଡିଆଙ୍କ ଲମ୍ବା ଲାଇନ୍। ବୋଲ୍ ବମ୍ ହର୍ ହର୍ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ରାଜ୍ୟର ବିଭିନ୍ନ ଶୈବପୀଠରେ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଇଛି। ହଜାର ହଜାର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ଼ ଜମାଇଛନ୍ତି।

Advertisment

ଶ୍ରାବଣ ମାସର ଶେଷ ସୋମବାରରେ ଧବଳେଶ୍ଵର ପୀଠରେ ଜଳ ଲାଗି କଲେ ହଜାର ହଜାର କାଉଡିଆ। ବିଭିନ୍ନ ନଦୀରୁ ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି କରୁଛନ୍ତି । ରାତି ଗୋଟାଏ ରେ ପହଡ ଖୋଲା ଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବା ସହିତ, ମଙ୍ଗଳ ଆଳତୀ ଓ ସମସ୍ତ ନୀତିକାନ୍ତି କରାଯିବା ସହ ସାଢେ ଗୋଟାଏରେ କାଉଡିଆମାନେ ଜଳ ଲାଗି କରିଥିଲେ |

ଶ୍ରାବଣ ସୋମବାର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ପରିସର ପର୍ଯ୍ୟନ୍ତ କଢ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ସୃଙ୍ଖଳାର ସହିତ ଧାଡିରେ ଆସି ବାବାଙ୍କ ମସ୍ତକରେ ଜଳ ଲାଗି କରି ପାରିବେ ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି।

Advertisment

ସେହିପରି ଶେଷ ସୋମବାର ପାଇଁ ଶେଷ ରାଜ୍ୟର ବିଭିନ୍ନ ଶୈବପୀଠରେ ବିଳମ୍ବିତ ରାତିରୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବନ୍ଦବୋସ୍ତ କରାଯାଇଛି।

Advertisment
Advertisment