/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757233589.jpg)
Demand to save Kapilendra Deb's stone inscription from Andhra Pradesh
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଜାକମପୁଡ଼ି ଗାଁରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲେଖା ଉଦ୍ଧାର ପାଇଁ ଉତ୍କଳ ସମ୍ମିଳନୀର ଦାବି। ଆଜି ଉତ୍କଳ ସମ୍ମିଳନୀରେ ଏକ ଟିମ୍ ଆନ୍ଧ୍ରପ୍ରଦେଶର ଜାକମପୁର ଗାଁକୁ ଯାଇ ଏହି ଶିଳାଲେଖକୁ ପରିଦର୍ଶନ କରିଥିଲେ। ଅବହେଳିତ ଅବସ୍ଥାରେ ଥିବା ଏହି ଶିଳାଲେଖର ଅକ୍ଷର ଗୁଡ଼ିକ ଲିଭିବାକୁ ବସିଥିବା ପ୍ରତିନିଧି ଦଳ ଅନୁଭବ କରିଥିଲେ। ତେଣୁ ଏହାକୁ ଯଥାଶୀଘ୍ର ଉଦ୍ଧାର କରି ସ୍ଥାନୀୟ ଏକ ସଂଗ୍ରହାଳୟକୁ ନେବାକୁ ଏନଟିଆର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ ଜଣାଇଛନ୍ତି।
Advertisment
ପରେ ସେଠାରୁ ଏହାକୁ ଓଡ଼ିଶାର ସଂଗ୍ରାହାଳୟକୁ ସ୍ଥାନାନ୍ତର କରିବାକୁ ସଂସ୍କୃତି ମନ୍ତ୍ରୀ ଓ ସଚିବଙ୍କୁ ନିବେଦନ କରାଯିବ ବୋଲି ଉତ୍କଳ ସମ୍ମିଳନୀ ସଭାପତି ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)