Advertisment

ଚଣ୍ଡୀ ମନ୍ଦିର ନବୀକରଣ କାମରେ ଅହେତୁକ ବିଳମ୍ୱ; ଡିପିଆର୍ ସାର୍ବଜନୀନ କରିବାକୁ ଦାବି

କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢୁଛି।

author-image
Sonali Ojha
Chandi Mandira

Chandi Mandira

ବିଳମ୍ବ ହେଉଛି କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ। ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୁଇ ବର୍ଷ ତଳେ ପୂର୍ବ ବିଜେଡି ସରକାର ସମୟରେ ମନ୍ଦିରର ଉନ୍ନତିକରଣ ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏପର୍ଯନ୍ତ ମା'ଙ୍କ ମୁଖ୍ୟ ମନ୍ଦିର ପାଇଁ ଇଟା ଖଣ୍ଡେ ବି ଲାଗି ପାରିଲା ନାହିଁ। କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠଇଛି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି।

Advertisment

ଓଡ଼ିଶାରେ ହୋଇଥିବା ଅନ୍ୟ ମନ୍ଦିରର ନବୀକରଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରି ନାହିଁ । ଯାହାକୁ ଦୁର୍ଭାଗ୍ୟଜନକ କହିଛି କମିଟି। ଏଥିସହ ପ୍ରକଳ୍ପ କାର୍ଯ୍ୟରେ ଅବ୍ୟବସ୍ଥା ସହ ଏହାର ଡିପିଆର୍ ସାର୍ବଜନୀନ କରାଯାଉ ବୋଲି କମିଟି ଦାବି କରିଛି। ଏହାସହ ମନ୍ଦିର ପରିସରରେ ତିଆରି ହୋଇଥିବା ଭୋଗ ଏବଂ ପୂଜା ଦୋକାନଗୁଡିକୁ ସଙ୍କୁଚିତ କରିବା ଯୋଗୁଁ ବ୍ୟବସାୟ କରିବା କଷ୍ଟକର ହେଉଛି ବୋଲି କମିଟି କହିଛି ।

୭୦ କୋଟି ଟଙ୍କା ବ୍ୟୟବରାଦରେ ପୂର୍ବ ବିଜେଡି ସରକାର ସମୟରେ ୨୦୨୨ ମସିହାରୁ କଟକ ଚଣ୍ଡୀ ମନ୍ଦିର ନବୀକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ଦାୟିତ୍ୱ ଓବିସିସିକୁ ଦିଆଯାଇଥିଲା। ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ମନ୍ଦିରର ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ହୋଇପାରିନି।

Advertisment

ଏନେଇ ଜିଲ୍ଲାପାଳ କହିଛନ୍ତି ମୁଖ୍ୟ ମନ୍ଦିର କାର୍ଯ୍ୟ ଡିଜାଇନରେ ପରିବର୍ତ୍ତନ କରାଯାଇ କାମ ଆରମ୍ଭ ହେବ। ବର୍ଷକ ମଧ୍ୟରେ ସମସ୍ତ କାର୍ଯ୍ୟ ସମୂର୍ଣ୍ଣ ହେବ ।ଗୋଟିଏ ପଟେ ମନ୍ଦିର ନବୀକରଣ କାର୍ଯ୍ୟରେ ବିଳମ୍ବ, ଅନ୍ୟପଟେ ସେବାୟତଙ୍କ ପାଇଁ ବିଳାସପୂର୍ଣ୍ଣ ଘର ନିର୍ମାଣ । କାହା ସ୍ବାର୍ଥକୁ ଦର୍ଶାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Cuttack Chandi Mandir Chandi Mandir
Advertisment
Advertisment