Advertisment

IPS ସ୍ତରରେ ଅଦଳବଦଳ କେବେ ? ୧୩୬ IPS ପଦବିରୁ ଓଡ଼ିଶାରେ ୭ଟି ଖାଲି

ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ?

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

IPS reshuffle

କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା? ଅନେକ ଜିଲ୍ଲାରେ ଏସପିଙ୍କ ସ୍ଥାନରେ କାମ କରୁଛନ୍ତି ଡିଆଇଜି ରାଙ୍କର ଅଫିସର। ରାଜ୍ୟରେ ନୂଆ ସରକାରକୁ ୩ ମାସ ପୁରିବାକୁ ବସିଲାଣି। ପୋଲିସ ବିଭାଗ ନୂଆ ମୁଖିଆ ୱାଇ.ବି. ଖୁରାନିଆ ବି ତିନି ସପ୍ତାହ ହେଲା ଦାୟିତ୍ୱ ନେଲେଣି। ତେଣୁ ପାୱାର କରିଡରରେ ଚର୍ଚ୍ଚା ଆଇପିଏସ୍ ସ୍ତରରେ ବଦଳି କେବେ ? ଆଶଙ୍କାରେ ବିଜେଡି ଲିଙ୍କ୍ ରେ ଥିବା ଆଇପିଏସ୍ ଅଧିକାରୀ।

Advertisment

ନୂଆ ସରକାରରେ କାହାକୁ ମିଳିବ ଗୁରୁ ଦାୟିତ୍ୱ ତାକୁ ନେଇ ବି ଚର୍ଚ୍ଚା ଆଲୋଚନା। ଏମିତିକି ୫ ଜିଲ୍ଲାରେ SP ପୋଷ୍ଟର ଡିଆଇଜି ରାଙ୍କର ଆଇପିଏସ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାର, ରାଉରକେଲା ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ ଏବଂ 
ଅନୁଗୁଳର ଏସପି ଭାବେ ଉମାଶଙ୍କର ଦାସ କାର୍ଯ୍ୟ କରୁଛନ୍ତି। ସେହିପରି କଟକ ଡିସିପି ପୋଷ୍ଟରେ ବି ଡିଆଇଜି ରାଙ୍କର ଅଧିକାରୀ ପ୍ରକାଶ ଆର୍ ନିଯୁକ୍ତ ହୋଇଛନ୍ତି। ତେଣୁ ଖୁବଶୀଘ୍ର ଆଇପିଏସ ସ୍ତରରେ ବଡ଼ ଧରଣ ବଦଳି ବି ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ।

ଏପଟେ ରାଜ୍ୟରେ ରହିଛି ଆଇପିଏସ୍ ମରୁଡି । ଓଡ଼ିଶାରେ ୧୩୬ ଆଇପିଏସ୍ ପଦବି ରହିଥିବା ବେଳେ ସେଥିରୁ ୭ଟି ଖାଲି ରହିଛି। ବାକି ୧୨୯ ଆଇପିଏସଙ୍କ ମଧ୍ୟରୁ ୨୨ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଅନ୍ୟପକ୍ଷରେ ୨୦୨୧ ଏବଂ ୨୨ ବ୍ୟାଚର ୧୨ ଜଣ ଆଇପିଏସ ଏବେ 
ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ଟ୍ରେନିଂରେ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୪ ବରିଷ୍ଠ IPS S.M. ନରୱଣେ, ରବି କାନ୍ତ, DS କୁଟ୍ଟେ ଓ ଆଶିଷ ସିଂ ଏବେ ଗୃହ ବିଭାଗରେ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

Advertisment

IPS ରାଜେଶ ଉତ୍ତମ ରାଓ ସସପେଣ୍ଡ ଥିବା ବେଳେ N.B.ଭାରତୀ ୫ ବର୍ଷ ହେଲା କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେଣୁ କହିବାକୁ ଗଲେ ଏବେ କେବଳ ୮୯ ଆଇପିଏସରେ ଚାଲିଛି ଓଡ଼ିଶା ପୋଲିସ୍। ବିଜେପି, ବିରୋଧୀ ଦଳରେ ଥିବା ବେଳେ ରାଜ୍ୟରେ ଆନଶୃଙ୍ଖଳା ପରିସ୍ଥିତି ବିଗିଡିବାକୁ ପ୍ରମୁଖ ମୁଦ୍ଦା କରିଥିଲା। ଏବେ ସରକାରକୁ ଆସିବା ପରେ ସ୍ଥିତି ସୁଧାରି ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ମୋହନ ସରକାର ପାଇଁ ବଡ଼ 
ଚାଲେଞ୍ଜ ହେବ ।

ଏସବୁ ଭିତରେ IPS ବଦଳି ନିଷ୍ପତ୍ତି ବିଳମ୍ବକୁ ନେଇ ଚର୍ଚ୍ଚା। କୁହାଯାଉଛି IPS ବଦଳି ନିଷ୍ପତ୍ତିକୁ ନେଇ ନୂଆ ସରକାରରେ ଜୋରସରରେ ବିଚାର ବିମର୍ଶ ଚାଲିଛି। ଖୁବ୍ ଶୀଘ୍ର ହୋଇପାରେ ବଡ ଧରଣର ଅଦଳ ବଦଳ।

Odisha Police IPS Reshuffle
Advertisment
Advertisment