Couple Perishes Together: ବିଧିର ବିଧାନ ବଡ଼ ବିଚିତ୍ର; ମରଣ ବି ଅଲଗା କରିପାରିନି ସ୍ୱାମୀ-ସ୍ତ୍ରୀଙ୍କୁ

ମରଣ ବି ଅଲଗା କରିପାରିନି ସ୍ୱାମୀ ସ୍ତ୍ରୀଙ୍କୁ । ଗାଁ ମଶାଣୀରେ ପାଖାପାଖି ଜଳିଲା ଦୁଇ ଜୁଇ । ଗୋଟିଏରେ ସ୍ୱାମୀ ଆରଟିରେ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଆଉ ଶେଷରେ ସେହି ଅଗ୍ନିରେ ବିଲୀନ ହୋଇଗଲେ ।  

Couple Perishes Together In Mahanga

ଗାଁ ମଶାଣୀରେ ଜଳିଲା ଦୁଇଟି ଦୁଇ । ଗୋଟିଏରେ ସ୍ୱାମୀ ଶୋଇଲେ ଆରଟିରେ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଆଉ ଶେଷରେ ସେହି ଅଗ୍ନିରେ ବିଲୀନ ହୋଇଛନ୍ତି ଦୁହେଁ । ମରଣ ବି ଅଲଗା କରିପାରିନି ଏହି ସ୍ୱାମୀ ସ୍ତ୍ରୀଙ୍କୁ ।

ସଂପର୍କୀୟ ସ୍ତବ୍ଦ...ଗାଁ ସ୍ତବ୍ଦ । ଯିଏ ଶୁଣୁଛି ସିଏ କାନ୍ଦୁଛି । ଏମିତିରେ ତ ମଶାଣୀରେ ଅନେକ ଜୁଇ ଜଳିଛି...ଆତ୍ମୀୟଙ୍କ ଲୁହରେ ଭିଜିଛି ମଶାଣୀର ମାଟି । ହେଲେ ଯେମିତି ନିଜେ ମଶାଣୀ କାନ୍ଦୁଛି । କାରଣ ମଶାଣୀରେ ସ୍ୱାମୀ ପ୍ରଶାନ୍ତଙ୍କ ଜୁଇ ଜଳୁଥିଲା, ଆଉ ସେପଟେ ଖବର ଆସିଲା ସ୍ତ୍ରୀ ଝରଣା ବି ଚାଲିଗଲେ । ଗାଁ ଲୋକେ ଆଉ ଡେରି ନ କରି ଝରଣାଙ୍କୁ ଆଣି ସ୍ୱାମୀଙ୍କ ଜୁଇ ପାଖରେ ସଂସ୍କାର କରିଛନ୍ତି । ପାଖାପାଖି ଜଳିଲା ପତି ପତ୍ନୀଙ୍କ ଜୁଇ । ସାଙ୍ଗ ହୋଇ ସଂସାର କରିଥିଲେ, ସାଙ୍ଗରେ ଆରପାରିକୁ ଚାଲିଗଲେ ।

ଅଧିକ ପଢ଼ନ୍ତୁ: ବିଧାତାର ଏ କି ଖେଳ: ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଅବସର ନେଲେ; କିଛି ସମୟ ପରେ ଆଖି ବୁଜିଲେ ପତ୍ନୀ...

ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେ କବି ପ୍ରଶାନ୍ତ ବିଶ୍ୱାଳ। ଉଭୟ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ ପାରଙ୍ଗମ l ବ୍ରେନଷ୍ଟ୍ରୋକ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମଙ୍ଗଳବାର ଭୋରରୁ କଟକ  SCB ମେଡିକାଲରେ ପ୍ରଶାନ୍ତଙ୍କ ଦେହାନ୍ତ ହେଲା l ଗାଁ ଶ୍ନଶାନରେ ତାଙ୍କର ଜୁଇ ଜଳୁଥିବା ବେଳେ, ଏପଟେ ପତ୍ନୀ ଝରଣା ହୃଦଘାତର ଶୀକାର ହେଲେ l ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ସବୁଦିନ ପାଇଁ ଆଖି ବୁଝିଦେଲେ ସ୍ତ୍ରୀ l ଫଳରେ ମାହାଙ୍ଗା ଅଡମ ମହେଶପୁର ଗାଁ ଶ୍ନଶାନରେ ଏକାଠି ଜଳିଛି ଦୁଇଟି ଜୁଇ।

ବାପାଙ୍କୁ ମୁଖାଗ୍ନି ଦେବା ପରେ ମାଆଙ୍କୁ ମୁଖାଗ୍ନି ଦେଲେ ପୁଅ । ଏକା ସାଙ୍ଗରେ ଉଭୟଙ୍କ ଦାହ ସତ୍କାର କଲେ ସମ୍ପର୍କୀୟ l ଆଗପଛ ହୋଇ ଯେମିତି ଡକାଡକି ହୋଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ବୋଧେ ଏହାହିଁ ଥିଲା ବିଧିର ବିଧାନ ।

ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...