ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ । ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ । ଜଣେ ଚମତ୍କାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ଅନ୍ୟଜଣେ ଢେମସା ନୃତ୍ୟରେ ସଭିଙ୍କ ହୋସ ଉଡାଇ ଦେଇଥିଲା । କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡିର ଲୋକ ମହୋତ୍ସବ ଘୁମରାରେ ।
Also Read
ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର । ଏମିତି କି ଢେମସା ଟିମକୁ ଲିଡ୍ କରୁଛନ୍ତି ମ୍ୟାଡମ୍ ଉପଜିଲ୍ଲାପାଳ । ଆଉ ସାଥି କଳାକାରଙ୍କ ସହ ସେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସ୍କୁଲ ସମୟରେ ସେ ଭାରତ ନାଟ୍ୟମ ଶିଖିଥିଲେ । ତେଣୁ ଆଜି ବି ଗୋଟିଏ କଳାକାର ତାଙ୍କ ଭିତରେ ବଞ୍ଚି ରହିଛି । ଆଦିବାସୀ ସଂସ୍କୃତି ତାଙ୍କୁ ବହୁତ ପ୍ରଭାବିତ କରିଥିବାରୁ, ସେ ଢେମସା ନୃତ୍ୟ କରିଥିବା କଥା କହିଛନ୍ତି ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼
ଏ ଗଲା ଭବାନୀପାଟଣା ଉପ-ଜିଲ୍ଲାପାଳ ମମତା ଦାସଙ୍କ କଥା । ଏବେ ଆଉ ଜଣେ ପ୍ରଶାସିକାଙ୍କ ଓଡ଼ିଶୀ ନୃତ୍ୟ ଏବେ ବେଶ୍ ଚର୍ଚ୍ଚାରେ । ମ୍ୟାଡମ ହେଉଛନ୍ତି ଭବାନୀପାଟଣାର ତହସିଲଦାର ଶୁଭସ୍ମିତା ମିଶ୍ର । ମଞ୍ଚ ଉପରେ ଓଡ଼ିଶୀ ବେଶଭୂଷାରେ ମ୍ୟାଡମ କରିଥିବା ନୃତ୍ୟରେ ଉପସ୍ଥିତ ଦର୍ଶକଙ୍କ ଯେତିକି ବିମୋହିତ ହୋଇଥିଲେ । ପରେ ସେ ଜଣେ ତହସିଲଦାର ଜାଣିବା ପରେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଛାତ୍ରୀ ଜୀବନରୁ ଶିଖିଥିବା ଓଡ଼ିଶୀ ନୃତ୍ୟକୁ ଭୁଲି ନାହାନ୍ତି ତହସିଲଦାର ମ୍ୟାଡମ । ଏବେ ମଧ୍ୟ ସମୟ ବାହାର କରି ସେ ପ୍ରାକ୍ଟିସ କରନ୍ତି। ଆଉ ସୁଯୋଗ ମିଲିଲେ ମଞ୍ଚରେ ନିଜ ଜଲବା ଦେଖାନ୍ତି ।
ଦିନସାରା ଦଲିଲ ଦସ୍ତାବିଜରେ ମସଗୁଲ ରହୁଥିବା ପ୍ରଶାସିକା ମଧ୍ୟ ନିଜର ଚମତ୍କାର କଳାକାରିତା ପ୍ରଦର୍ଶନ କରିପାରନ୍ତି । ଯାହା ଏବେ କଳାହାଣ୍ଡିରେ ଚର୍ଚ୍ଚା ସୃଷ୍ଟି କରିଛି ।