Advertisment

ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ; ଯାଞ୍ଚ ପାଇଁ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ

ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତିଅଧ ଯାଏ ବାର୍‌ ଖୋଲା ରହିବାରୁ ଗଣ୍ଡଗୋଳ ଘଟୁଛି।

ଅଦ୍ୟତନ ହୋଇଛି
Liquor shops, bars operating beyond stipulated time in Bhubaneswar to face action

Excise Dept.

Advertisment

ଚେତିଲା ଅବକାରୀ ବିଭାଗ । ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଭୁବନେଶ୍ବର ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

Advertisment

ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତିଅଧ ଯାଏ ବାର୍‌ ଖୋଲା ରହିବାରୁ ଗଣ୍ଡଗୋଳ ଘଟୁଛି। ଏହାକୁ ନେଇ ସାଧାରଣରେ ଅନେକ ଅସନ୍ତୋଷ ଓ ଅଭିଯୋଗ ଆସୁଛି । କେବଳ ସେତିକି ନୁହେଁ, କିଛି ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ମଦ ଦୋକାନ ବେଆଇନ୍ ଭାବେ ଧାର୍ଯ୍ୟ ସମୟ ପରେ ମଧ୍ୟ ବିଳମ୍ବିତ ରାତି ଯାଏଁ ବାର୍‌ ଡ୍ୟାନ୍ସରମାନଙ୍କୁ ନିୟୋଜିତ କରିବା ସହ ମ୍ୟୁଜିକାଲ କାର୍ଯ୍ୟକ୍ରମ ଜାରି ରଖୁଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ: ପହଣ୍ଡି ବେଳେ ବଡ଼ ଠାକୁର ତଳେ ପଡ଼ିଯିବା ଘଟଣା: ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

Advertisment

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ ଅବକାରୀ ବିଭାଗର ସମସ୍ତ ଓଆଇସି, ଇନସ୍ପେକ୍ଟର ଓ ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ଠିପି ଖୋଲା ମଦ ଦୋକାନ ଗୁଡ଼ିକ ଉପରେ ନଜର ରଖିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଯେଉଁ ଠିପି ଖୋଲା ଦୋକାନ ଗୁଡିକ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନରେ ବାର୍, ବଙ୍କେଟ୍ ହଲ ଆଦି ଖୋଲିଥିବେ, ତା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଲାଇସେନ୍ସପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକରେ ବାର୍‌ ଡ୍ୟାନସରମାନଙ୍କୁ ନିୟୋଜିତ କରାଯାଉଛି। ବିଭିନ୍ନ ବ୍ରାଣ୍ଡର ମଦ୍ୟପାନ ଭିଡିଓକୁ ମଧ୍ୟ ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଭାବେ ପ୍ରସାରଣ କରାଯାଉଛି। ଯେଉଁମାନେ ଏଭଳି ବିଜ୍ଞାପନ କରୁଛନ୍ତି ସେ ସବୁର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅବକାରୀ ଅଧୀକ୍ଷକ ତାଗିଦ କରିଛନ୍ତି।

Advertisment
Odisha News Bhubaneswar Excise Dept Excise Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ