Advertisment

Cyclone Dana: ମାଡ଼ି ଆସୁଛି ବାତ୍ୟା ‘ଦାନା’; ରାଜନଗରରେ ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ

Cyclone Dana: କେନ୍ଦ୍ରାପଡ଼ା ରାଜନଗରରେ ଦେଖାଦେଇଛି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ l ଲୋକଙ୍କ ଭିତରେ ସିଲିଣ୍ଡର୍ ନେଇ ଘରେ ରଖିବାକୁ ଲାଗିଛି ଯେମିତି ପ୍ରତିଯୋଗିତା ।

author-image
Sujit kumar Swain
ଅଦ୍ୟତନ ହୋଇଛି
LPG cylinders

LPG cylinders

ବାତ୍ୟା ‘ଦାନା’କୁ ନେଇ ସବୁଠି ସଜାଗ, ସବୁଠି ପ୍ରସ୍ତୁତି । ଏହାରି ଭିତରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ରାଜନଗରରେ ଦେଖାଦେଇଛି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ l ଲୋକଙ୍କ ଭିତରେ ସିଲିଣ୍ଡର୍ ନେଇ ଘରେ ରଖିବାକୁ ଲାଗିଛି ଯେମିତି ପ୍ରତିଯୋଗିତା । ଯାହାଫଳରେ ଆବଶ୍ୟକ ପଡ଼ୁଥିବା ଗ୍ୟାସ୍ ଲୋକଙ୍କୁ ମିଳୁନି । ଘରକୁ ସିଲିଣ୍ଡର୍ ଆସିବ କଣ ଲୋକେ ଅଧା ବାଟରୁ ଯାଇ ସିଲିଣ୍ଡର୍ ବୋହି ନେଉଛନ୍ତି । 

Advertisment

ଏପଟେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଘୂର୍ଣ୍ଣିବାତ୍ୟା ଦାନା। ସ୍ଥଳ ଭାଗ ଛୁଇଁଲା ସାଇକ୍ଲୋନର ବାହ୍ୟ ବଳୟ। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ଏବେ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାଇକ୍ଲୋନ୍ ଦାନା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା। 

ବର୍ତ୍ତମାନ ଏହା ପାରାଦୀପଠାରୁ ୪୬୦ କିଲୋମିଟର ଏବଂ ଧାମରାଠାରୁ ୪୯୦ କିଲୋମିଟର ଦୂରରେ ଅଛି। ଆସନ୍ତାକାଲି ରାତିରୁ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ। ଭିତରକନିକା-ଧାମରା ପାଖାପାଖି ଲାଣ୍ଡଫଲ୍ କରିପାରେ। ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। କାଲି ରାତିରୁ ୨୫ ପୂର୍ବାହ୍ଣ ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଉପକୂଳ ଅତିକ୍ରମ ବେଳେ ପବନ ବେଗ ୧୦୦-୧୨୦ କିମି ରହିବା ସମ୍ଭାବନା ରହିଛି । 

Advertisment

ବାତ୍ୟା ପ୍ରଭାବରେ ସମୁଦ୍ରରେ ଆସିପାରେ ୧-୨ ମିଟର ଜୁଆର। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ୧-୨ ମିଟର ଜୁଆର ଆସିପାରେ। ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ କେନ୍ଦ୍ରାପଡ଼ା, ବାଲେଶ୍ବର,ଜଗତସିଂହପୁର, ଭଦ୍ରକ ସମେତ ପଶ୍ଚିମ ମେଦିନିପୁର ଜିଲ୍ଲା। ବାତ୍ୟା ଉପକୂଳ ମୁହାଁ ହେବା ସହ ଓଡ଼ିଶା ଉପକୂଳ ନିକଟରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଜି ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ।

ଆସନ୍ତକାଲିଠୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ। ପବନରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି। ୧୨ ବର୍ଷ ପରେ ଅକ୍ଟୋବରରେ ଓଡ଼ିଶା ଆସୁଛି ବାତ୍ୟା।

LPG Cylinders Cyclone Cooking Gas Cylinder Cyclone Dana
Advertisment
Advertisment