Advertisment

Public Toilets Defunct: କଟକରେ ପବ୍ଲିକ୍ ଟଏଲେଟ୍‌ରେ ତାଲା, ଅପଦସ୍ତ ଲୋକେ

କଟକରେ ପବ୍ଲିକ୍ ଟଏଲେଟ୍‌ରେ ଝୁଲୁଛି ତାଲା । ୭ ମାସ ତଳୁ ସରିଲାଣି ନିର୍ମାଣ, ହେଲେ ଏବେ ବି ହୋଇପାରୁନି କାର୍ଯ୍ୟକ୍ଷମ । ସବୁ ସୁବିଧା ଥାଇ ବି ଲୋକମାନେ ଉପକୃତ ହେଉନଥିବାରୁ ବଢିଛି ଅସନ୍ତୋଷ ।

ଅଦ୍ୟତନ ହୋଇଛି
Public Toilets Defunct

Public Toilets Defunct

Advertisment

କଟକକୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା ପବ୍ଲିକ୍ ଟଏଲେଟ୍ । ହେଲେ ଦୁଃଖର ବିଷୟ, ନିର୍ମାଣକୁ ୭ ମାସ ବିତିଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇପାରୁନି । ସର୍ବସାଧାରଣ ଶୌଚାଳୟ ପାଇଁ ସିଏମସି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ସବୁ ସୁବିଧା ଥାଇ ବି ଲୋକମାନେ ଉପକୃତ ହେଉନଥିବାରୁ ଅସନ୍ତୋଷ ବଢିଛି । 

Advertisment

ବାରବାଟୀ ଷ୍ଟାଡିୟମଠୁ ଆରମ୍ଭ କରି ସିଡିଏ ବିଜୁ ପଟ୍ଟନାୟକ ପାର୍କ, ଜଗତପୁର, ବିକାଶ ଭବନ ଆଦି ସ୍ଥାନରେ ତିଆରି ହୋଇଛି ସର୍ବସାଧାରଣ ଶୌଚାଳୟ । ଏଥିପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଗଲା ସେପ୍ଟେମ୍ବରରୁ ନିର୍ମାଣ ବି ସରିଛି । ତଥାପି ଆଜି ଯାଏଁ କାମରେ ଆସୁନି । ସାଧାରଣ ଲୋକଟିଏ ଆଜି ବି ଶୌଚାଳୟ ଯିବାକୁ ଅପଦସ୍ତ ହେଉଛି । କେତେକ ଟଏଲେଟ୍ ତ ଆରମ୍ଭ ହେବା ଆଗରୁ ବିପର୍ଯ୍ୟସ୍ତ ହୋଇଗଲାଣି । ଏମିତିକି ଶୌଚାଳୟରୁ ପଙ୍ଖା ଚୋରେଇ ନେଲେଣି ଦୁର୍ବୃତ୍ତ । ସବୁ ବ୍ୟବସ୍ଥା ଥାଇ ମଧ୍ୟ ଟଏଲେଟ୍ ବନ୍ଦ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।   

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ପ୍ରତିଦିନ ବାଦାମବାଡ଼ି, ବାରବାଟୀ ଷ୍ଟାଡିୟମ ଏବଂ ରିଂ ରୋଡ଼ ଅଞ୍ଚଳରେ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିଏମସି ତରଫରୁ ଅତ୍ୟାଧୁନିକ ଟଏଲେଟ୍ ନିର୍ମାଣ ହୋଇଛି । ୨୦୨୪ ସେପ୍ଟେମ୍ବରରୁ ଅନେକ ଶୌଚାଳୟର ନିର୍ମାଣ କାମ ସରିଥିବାବେଳେ ଆଉ କିଛିର କାର୍ଯ୍ୟ ଜାରି ରହିଛି । ସେପଟେ ମେୟର କହିଛନ୍ତି, ଟଏଲେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଟେଣ୍ଡର କରି ଖୁବଶୀଘ୍ର ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ।

Advertisment

ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ଶୌଚାଳୟ କାର୍ଯ୍ୟକ୍ଷମ ହେଉଛି ଏବଂ ଲୋକ ଉପକୃତ ହେଉଛନ୍ତି ।  

ଅଧିକ ପଢ଼ନ୍ତୁ:ନୀଳମାଧବଙ୍କ ଦର୍ଶନ କଲେ ମହାମହିମ, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ‌ଉପସ୍ଥିତ

Cuttack Toilet Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ