Advertisment

Crime on the Rise: କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ

ଠିକ୍‌ ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧିକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ ।

ଅଦ୍ୟତନ ହୋଇଛି
Crime on the Rise in Odisha

Crime on the Rise in Odisha

Advertisment

ଓଡ଼ିଶାରେ ଆଇନ୍‌ ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍‌  ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧିକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି । ରାଜ୍ୟରେ ନୂଆ କରି ବିଜେପି ସରକାର ଆସିଥିବାରୁ ବିରୋଧୀ ବିଜେଡି ଓ କଂଗ୍ରେସ ଘନ ଘନ ଆକ୍ରମଣ କରୁଛନ୍ତି । ବିଜେଡି କହିଛି, ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ । ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଆଇନ ଶୃଙ୍ଖଳା ଭଙ୍ଗ ହେଉଛି । ଭରତପୁର ଘଟଣା ଲଜ୍ଜାଜନକ ।

Advertisment

ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେଡି କଥାରେ ହଁ ମାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ରାଜ୍ୟରେ ୫୦ ଭାଗରୁ ଅଧିକ ମହିଳା ଅଛନ୍ତି । ଆମେ ବିଧାନସଭାରେ ନାରୀ ନିର୍ଯାତନା କଥା ଉଠାଇଥିଲୁ । କିନ୍ତୁ ସରକାର ଶୁଣିଲେନି । କବିସୂର୍ଯ୍ୟନଗର, ଭରତ ପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି । ଭରତପୁରରେ ପୋଲିସ ମାଡ ବି ଖାଇଛି । ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ରାମଚନ୍ଦ୍ର କଡାମ କହିଛନ୍ତି । 

ଅଧିକ ପଢ଼ନ୍ତୁ: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

ସେପଟେ ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସକୁ ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୃଥ୍ୱୀରାଜ କହିଛନ୍ତି, କଂଗ୍ରେସ ବିଜେଡି ଦୁଇ ଭାଇ । ସତ୍ୟର ଅବତାରଣା କରୁନାହାଁନ୍ତି । ପୋଲିସ ତା’ ନିଜ କାମ କରୁଛି । ପୋଲିସକୁ ସଶକ୍ତ କରାଯାଉଛି। ରାଜ୍ୟରେ ଅପରାଧ କମିଛି । ୧୮ଟି କେସରେ ଦୋଷୀ ସଜା ପାଇ ସାରିଲେଣି ବୋଲି ମନ୍ତ୍ରୀ କହିଛନ୍ତି । 

Advertisment

ରାଜ୍ୟରେ ବିଭିନ୍ନ ସ୍ଥାନରୁ ହତ୍ୟା ପରି ସଙ୍ଗୀନ ଅଭିଯୋଗ ଆସୁଛି । ଦୁଷ୍କର୍ମ ଓ ଅପହରଣ କଥା ମଧ୍ୟ ଥାନାରେ ପହଞ୍ଚୁଛି । ସରକାର ଏ ସବୁକୁ ନଜରେ ରଖି ପୋଲିସକୁ ସଶକ୍ତ ପାଇଁ ପଦକ୍ଷେପ ନେଉଥିବା ବେଳେ ଆଗମୀ ଦିନରେ ଏହା କେତେ ସଫଳ ହେବ ତା’ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ; ପ୍ରବଚନ ଦେବାବେଳେ ଚାଲିଗଲା ଜୀବନ

Opposition Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ