Crime Branch
ଭରତପୁର ଥାନା କାଣ୍ଡକୁ ନେଇ ବର୍ତ୍ତମାନର ବଡ଼ ଖବର । ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଭରତପୁର ଘଟଣାରେ ହୁଲୁସ୍ତୁଲ୍ ରାଜ୍ୟ, ପୋଲିସ କରୁଥିଲା ମେଳି! କିଏ ଦେଇଥିଲା ଅନୁମତି ?
ସେପଟେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି। ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ବାରା ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ।
ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ଭରତପୁର ପୋଲିସ ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ବିବାଦ ଲାଗିରହିଥିବାବେଳେ ମେଜରଙ୍କ ବାନ୍ଧବୀଙ୍କ ସୁରକ୍ଷା ପାଇଁ PSO ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727234326.jpg)