Advertisment

ସ୍କୁଲ ଯିବ ଯୋଡାମୁଣ୍ଡ ଶିଶୁ ଜଗା, ପାଠ ପଢ଼ିବା ପାଇଁ ବଢ଼ୁଛି ଆଗ୍ରହ

ସୁସ୍ଥ ହେବା ସହ ଜଗାର ବୟସ ମଧ୍ୟ ବଢ଼ିବାରେ ଲାଗିଛି । ତା’ର ବୟସ ଏବେ ୯ ପୂରି ୧୦ ଚାଲିଛି । ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବଢ଼ୁଛି ।

ଅଦ୍ୟତନ ହୋଇଛି
Conjoined Twin Jaga To Go To School

Jaga

Advertisment

ସୁସ୍ଥ ହେବାରେ ଲାଗିଛି ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା । ସେ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରୁ ବାହାରି ବାହାରେ ଖେଳୁଛି ବୁଲୁଛି। ସ୍ୱାଭାବିକ ଶିଶୁମାନଙ୍କ ପରି ଜଗା ଏବେ ଜୀବନ ବିତାଉଛି । ସମୟ ପାଇଲେ ସକାଳୁ ତା’ର ବାପା ଭୂୟାଁ କହଁରଙ୍କ ସହିତ ପ୍ରାତଃଭ୍ରମଣ ମଧ୍ୟ କରୁଛି । ଏମିତି କି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ବହୁ ସମୟରେ ଖୁସି ମନାଉଛି ଜଗା ।

Advertisment

ଅନ୍ୟପକ୍ଷରେ ସୁସ୍ଥ ହେବା ସହ ଜଗାର ବୟସ ମଧ୍ୟ ବଢ଼ିବାରେ ଲାଗିଛି । ତା’ର ବୟସ ଏବେ ୯ ପୂରି ୧୦ ଚାଲିଛି । ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବଢ଼ୁଛି । ତେଣୁ ତା’ର ପଠାପଢ଼ାର ବ୍ୟବସ୍ଥା କରିବା ପାଇଁ ଜଗାର ମା’ କନ୍ଧମାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିବେଦନ କରିଛନ୍ତି । ସେ କିଭଳି ଆଗକୁ ସୁରକ୍ଷିତ ଭାବେ ପାଠ ପଢ଼ିପାରିବ ଏବଂ ଆଗକୁ କିଭଳି ତା’ର ପୁନର୍ବାର ମୁଣ୍ଡର ସଫଳ ଅସ୍ତ୍ରୋପ୍ରଚାର କରି ତା ମୁଣ୍ତରୁ ସବୁ ଦିନ ପାଇଁ ହେଲମେଟ ବାହାରିବ ତା’ର ବ୍ୟବସ୍ଥା କରିବା ପାଇଁ ଜଗାର ମା’ ନିବେଦନ କରିଛନ୍ତି।

ପଢନ୍ତୁ ଏହି ଖବର: ସ୍ତ୍ରୀ ହେବ ତ ଏମିତି ! ଯୌତୁକ ଲୋଭୀ ସ୍ୱାମୀକୁ ଦେଲେ ପାନେ...

କନ୍ଧମାଳ ଜିଲ୍ଲାପାଳଙ୍କୁ ଜଗା ମାଆର ନିବେଦନ ପରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ CDMO । ସେ କହିଛନ୍ତି, ଜଗାର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ସେ କିଭଳି ସ୍କୁଲ ଯାଇ ପାଠ ପଢ଼ିପାରିବ ଏନେଇ ଚେଷ୍ଟା ଚାଲିଛି । ଯେଉଁ ସ୍କୁଲ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇପାରିବ, ସେହି ସ୍କୁଲକୁ ଜଗାକୁ ଭବିଷ୍ୟତରେ ପାଠ ପଢ଼ିବା ପାଇଁ ଛଡ଼ାଯିବ ବୋଲି କନ୍ଧମାଳ CDMO ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ।

Advertisment

ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ମାସରେ ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଟିମ୍‌ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସମୟାନୁକ୍ରମେ ଆଗାମୀ ଦିନରେ ତା ମୁଣ୍ଡର ଦ୍ୱିତୀୟ ଅସ୍ତ୍ରୋପ୍ରଚାର କରାଯିବ ବୋଲି କହିଥିଲେ । ତେବେ ଏହାରି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଜଗାର ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହୋଇନି । ସେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ଡାକ୍ତରମାନଙ୍କ ନିରୀକ୍ଷଣରେ ରହିଛି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗ୍ରାମର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ୨୦୧୫ ମସିହାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା । ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ କିଭଳି ଭାବେ ଅତି ଯନ୍ତ୍ରଣା ଏବଂ କଷ୍ଟଦାୟକ ଜୀବନ ବିତାଉଥିଲେ ସେନେଇ ୨୦୧୭ରେ ଓଟିଭିରେ ଏକ୍ସକ୍ଲୁସିଭ୍‌ ଖବର ପ୍ରସାରଣ ହୋଇଥିଲା । ଏହାପରେ ସରକାର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆର ଚିକିତ୍ସା କରିବା ପାଇଁ ଆଗେଇ ଆସିଥିଲେ । ଶେଷରେ ୨୦୧୭ ଅକ୍ଟୋବରରେ ଦିଲ୍ଲୀ AIIMSଠାରେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲା । ସେଠାରେ ଦୀର୍ଘ ଦିନ ଚିକିତ୍ସାଧୀନ ରହିବା ପରେ ସେମାନଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୁର୍ଭାଗ୍ୟ ବଶତଃ ଗତ ବର୍ଷ ନଭେମ୍ବର ୨୫ରେ କାଳିଆର ମୃତ୍ୟୁ ହୋଇଥିଲା । ଏହାପରେ ଜଗାକୁ ଫୁଲବାଣୀ ଅଣାଯାଇଥିଲା । ଏବେ ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିତ୍ସିତ ହେଉଛି।

Advertisment

ପଢନ୍ତୁ ଏହି ଖବର: ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ! ନିଧଡ଼କ ଦେଖୁଛନ୍ତି ରୋଗୀ

Jaga Conjoined Twins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ