Congress
ବିଧାନସଭା ସାମ୍ନାରେ ଅତିରିକ୍ତ ସିପିଙ୍କୁ ଆକ୍ରମଣ କଲେ କଂଗ୍ରେସ କର୍ମୀ। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅତିରିକ୍ତ ସିପିଙ୍କ କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ କଂଗ୍ରେସ କର୍ମୀ।
ଅଧିକ ପଢ଼ନ୍ତୁ: କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ
ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ଅତିରିକ୍ତ ସିପି ନରସିଂହ ଭୋଳ। ବିଧାୟକ ରମେଶ ଜେନା ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ସିପି ବୁଝାଇଥିଲେ। ଏହି ସମୟରେ ଜଣେ କଂଗ୍ରେସ କର୍ମୀ ନରସିଂହଙ୍କ କଲର ଭିଡି ଧରିଥିଲେ। କଲର ଭିଡ଼ି ଧରିବା ସହ ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ ସଂପୃକ୍ତ କର୍ମୀ। ଏଥିସହ ସିପିଙ୍କ ଡ୍ରେସରେ ଲାଗିଥିବା ଷ୍ଟାରକୁ ଟାଣି ଆଣିଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ବିଧାନସଭା ବାହାରେ ତୁମୁଳକାଣ୍ଡ ଘଟାଇଥିଲା କଂଗ୍ରେସ। ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ। ବିଧାନସଭା ଭିତରକୁ ଯିବାକୁ ନେଇ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ ପ୍ରତିବାଦ କରିଥିଲେ। ପୋଲିସ ବ୍ୟାରିକେଡ୍ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ଏହି ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସବୁଠୁ ରୋଚକ କଥାଟି ହେଉଛି, ଏହି ସମୟରେ କଂଗ୍ରେସର ସାଥ୍ ଦେଇଥିଲେ ବିଜେଡି ବିଧାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Congress_1742976550.jpg)