Advertisment

Kalinganagar Industrial Project: ଶିଳ୍ପ ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, କଳିଙ୍ଗନଗରରେ ଲକ୍ଷେ ୧୫ ହଜାର କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜିର କାର୍ଯ୍ୟକ୍ରମ, ଶିଳାନ୍ୟାସ କି ଉଦଘାଟନ ନୁହେଁ । ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଗାଁ ଯୁବକଙ୍କୁ ନିଯୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ।

ଅଦ୍ୟତନ ହୋଇଛି
ଯାଜପୁରରେ ୧ ଲକ୍ଷ ୧୫ ହଜାର କୋଟିର ପ୍ରକଳ୍ପ

ଯାଜପୁରରେ ୧ ଲକ୍ଷ ୧୫ ହଜାର କୋଟିର ପ୍ରକଳ୍ପ

Advertisment

ଓଡ଼ିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଯୋଡ଼ି ହେଲା ଆଉ ଏକ ସଫଳତାର ପୃଷ୍ଠା । ଯାଜପୁର କଳିଙ୍ଗନଗରରେ ଆଜି ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ୍ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ଏହାଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜିର କାର୍ଯ୍ୟକ୍ରମ, ଶିଳାନ୍ୟାସ କି ଉଦଘାଟନ ନୁହେଁ । ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଗାଁ ଯୁବକଙ୍କୁ ନିଯୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଆଜି ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏସବୁ ମେକ୍-ଇନ୍-ଓଡିଶା କନକ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଆମେ ପାଇଥିଲୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି କଳିଙ୍ଗନଗର ଠାରେ ନୂତନ ଭାବେ ଗଢି ଉଠିଥିବା ଇମ୍ଫା, ଜଟିଆ ଷ୍ଟିଲ ପ୍ଲାଣ୍ଟ,ଏସଏସସିପିଏଲ, ଜେଏସଏଲ ଭଳି ମୋଟ ୧୬ଟି କମ୍ପାନୀର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଟାଟା ଷ୍ଟିଲ୍ ସିଇଓ ଟିଭି ନରେନ୍ଦ୍ରନ୍, ଇମ୍ଫା ଏମଡି ଶୁଭ୍ରକାନ୍ତ ପଣ୍ଡାଙ୍କ ସମେତ ବିଶିଷ୍ଟ ଶିଳ୍ପପତି ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶୀଙ୍କ ଲାଗି ଓକିଲାତି ପାଇଁ ଅକଳରେ ମେୟର, ସୁଲୋଚନା ଦାସଙ୍କୁ ତୀବ୍ର ବିରୋଧ

Mohan Majhi Utkarsh Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ