/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725538586.jpg)
CM Mohan Majhi
ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ନୂଆଖାଇ ଅବସରରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟା ୨୫ରେ ସେ ସ୍ଥାନୀୟ ତପସ୍ୱିନୀ ଅଡିଟୋରିୟମରେ ଏହି ଯୋଜନାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।
୮ ତାରିଖରେ ହିଁ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ । ସେହିଦିନ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ବି ରହିଛି । ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଏକାଧିକ ନୂଆଖାଇ ଭେଟଘାଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ଗୋଟାଏ ୧୦ରେ ମା' ସମଲେଶ୍ୱରୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିବା ସହ ନୁଆ ଖାଇବେ ।
ଏଥି ସହିତ, ସେ ବିଭିନ୍ନ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ମଞ୍ଚରେ ଆୟୋଜନ କରାଯିବାକୁ ଥିବା ନୂଆଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ। ବୁର୍ଲା ଅଶୋକ ନିବାସରେ ରାତ୍ରୀଯାପନ କରିବେ ମୁଖ୍ୟମନ୍ତ୍ରୀ। ତା ପରଦିନ ୯ ତାରିଖ ସକାଳେ ପୁଣି ଭୁବନେଶ୍ୱର ଅଭିମୁଖେ ଫେରିବା କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)