Odisha CM Mohan Majhi: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଘୋଷଣା ହେଲା ଏହି ସବୁ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

ମୟୁରଭଞ୍ଜରେ ବଡ଼ ଘୋଷଣା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ସେ ପ୍ରଥମ ଦିନରେ ଉଦଳା ସ୍ଥିତ ପାଟପୁର ସଭା ସ୍ଥଳିରେ ପହଞ୍ଚିଥିଲେ । ଏହାପରେ ସେଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ପ୍ରଦୀପ ପ୍ରଜ୍ଜ୍ୱଳନକରି ପ୍ରଗତିପଛେ ମୟୁରଭଞ୍ଜ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବମୋଟ ୮ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଅପରପକ୍ଷେ ପଞ୍ଚାୟତ ଗୁଡ଼ିକରେ ପାନୀୟ ଜଳ ବିଭାଗର ୫୨ ଟି ପ୍ରକଳ୍ପ, ଅନୁସୂଚିତ ଜାତି ବିଭାଗ ପାଇଁ ୨ ଗୋଟି ପ୍ରକଳ୍ପ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୭ ଗୋଟି ପ୍ରକଳ୍ପ, ଉଠା ଜଳ ସେଚନ  ବିଭାଗ ପାଇଁ ୩୦ ଗୋଟି ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ପାଇଁ ଗୋଟିଏ ପ୍ରକଳ୍ପ, ପୂର୍ତ୍ତ ବିଭାଗ ପାଇଁ ଗୋଟିଏ, ଜଳ ସମ୍ପଦ ବିଭାଗ ପାଇଁ ୬ ଗୋଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୭ ଗୋଟି ପ୍ରକଳ୍ପରେ ସର୍ବମୋଟ ୨୭୦ କୋଟି ରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ର ଘୋଷଣା କରିଛନ୍ତି ।

ତେବେ ଏହା ସହିତ ୨ ଜଣ ଆଦିବାସୀ ମହିଳା ଏବଂ ପୁରୁଷଙ୍କ ଭଲ କାର୍ଯ୍ୟ ପାଇଁ ୧ ଲକ୍ଷ ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୟୂରଭଞ୍ଜ ଜିଲ୍ଲାରେ ହଜାର ହଜାର ମହିଳା ଓ ପୁରୁଷ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆଜି ପର୍ଯ୍ୟନ୍ତ କୌଣସି ସରକାର ବିଶେଷକରି ଆଦିବାସୀ ଅଧ୍ୟୁଷିତ ,ପାହାଡିଆ ଅଞ୍ଚଳ,ପଛୁଆ ଅଞ୍ଚଳକୁ ଗୁରୁତ୍ଵ ଦେଇନାହାନ୍ତି । ସେଥିପାଇଁ ସାରା ମୟୁରଭଞ୍ଜ ଜିଲ୍ଲାର ଜନସାଧାରଣ ଗୋଟିଏ ଭାବଧାରାରେ ୯ରୁ ୯ଜଣ ବିଜେପି ବିଧାୟକଙ୍କୁ ଜିତାଇଛନ୍ତି ।

ଅଧିକ ପଢ଼ନ୍ତୁ: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍