Advertisment

Clean Bank: 'ଯଦି ଜାମିନରେ ଯିବାକୁ ଚାହୁଁଛ, ସକାଳୁ ଆସି ବ୍ୟାଙ୍କ ସଫା କର'

'ଯଦି ଜାମିନ ଚାହଁ ତାହେଲେ ସକାଳୁ ଆସି ବ୍ୟାଙ୍କରେ ସଫେଇ କର ।' ଏଭଳି ସର୍ତ୍ତ ରଖି ବ୍ୟାଙ୍କ ଠକେଇ ମାମଲାରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଅଦ୍ୟତନ ହୋଇଛି
Unique Bail Condition

Unique Bail Condition

Advertisment

ଚର୍ଚ୍ଚାରେ ଓଡ଼ିଶା ହାଇକୋର୍ଟଙ୍କ ଜାମିନ ସର୍ତ୍ତ । ଜାମିନ ବଦଳରେ ବ୍ୟାଙ୍କରେ ସଫେଇ କରିବେ ଅଭିଯୁକ୍ତ । ପୂରା ଦୁଇ ମାସ ଯାଏଁ ବ୍ୟାଙ୍କ ପରିସରରେ ସଫାସଫି କରିବାକୁ ହେବ । ଏଭଳି ସର୍ତ୍ତ ରଖି ବ୍ୟାଙ୍କ ଠକେଇ ମାମଲାରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ଯଦି ସେ ସର୍ତ୍ତ ଅନୁସାରେ ସବୁଦିନ ସକାଳୁ ଆସି ବ୍ୟାଙ୍କ ପରିସରରେ ସଫେଇ ନକରନ୍ତି ତାହେଲେ ଜାମିନ ଖାରଜ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Advertisment

ଅଧିକ ପଢନ୍ତୁ :କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ମନୋଜ୍ଞାନ ପଟ୍ଟନାୟକ ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ଏକାଧିକ ବ୍ୟାଙ୍କରେ ବନ୍ଧକ ରଖି ଲୋନ୍ ନେଇଥିଲେ  । କଟକ ଲିଙ୍କ ରୋଡ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ । ପୂର୍ବରୁ ସମାନ ସମ୍ପତ୍ତିକୁ ଭୁବନେଶ୍ୱର ଅଶୋକ ନଗର ଇଣ୍ଡିଆନ ବ୍ୟାଙ୍କରେ ବନ୍ଧକ ରଖି ଲୋନ ନେବା ସହ ଏହାକୁ ପରିଶୋଧ କରିନଥିବା ଜଣାପଡ଼ିଥିଲା । 

Advertisment

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ଗତ ଫେବୃଆରୀ ୫ ତାରିଖରେ ଗିରଫ କରିଥିଲା । ମହିଳାଙ୍କ ଜାମିନ ଆବେଦନର ବିଚାର କରି ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତ ମହିଳା ସଂପୃକ୍ତ ବ୍ୟାଙ୍କରେ ଦୁଇ ମାସ ଧରି ସକାଳ ୮ଟାରୁ ୧୦ଟା ମଧ୍ୟରେ ସଫେଇ କରିବେ । ଯଦି ସର୍ତ୍ତ ପୂରଣ ନ କରନ୍ତି ତେବେ ତାଙ୍କ ଜାମିନ ଖାରଜ କରାଯିବ । ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ଏଭଳି ନିଆରା ସର୍ତ୍ତ ବେଶ୍‌ ଚର୍ଚ୍ଚାରେ ରହିଛି ।

ଅଧିକ ପଢନ୍ତୁ : ସେବାଶ୍ରମ ଉପରେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଚଢାଉ

Orissa High Court Bail Bank Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ