Government Quarters Eviction
ଭୁବନେଶ୍ୱର ୟୁନିଟ୍-୨ ଅଞ୍ଚଳରେ ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଜିଏ, ବିଡିଏ ଏବଂ ବିଏମସିର ମିଳିତ ସ୍କ୍ୱାଡ୍ ପକ୍ଷରୁ ଲଗାତାର ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ ଚାଲିଛି । ୯୦ କ୍ବାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି । ଏବେସୁଦ୍ଧା ୧୧ଟି କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଶେଷ ହୋଇଥିବାବେଳେ ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି କହିଛନ୍ତି ସ୍କ୍ୱାଡ ।
ଅନ୍ୟପଟେ ୟୁନିଟ୍-୨ ଅଞ୍ଚଳରେ ଏହି ଜବରଦଖଲ ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ଦେଖାଯାଇଛି । ଉଚ୍ଛେଦକୁ ବିରୋଧ କରି ସ୍କ୍ୱାଡ୍ ସହ ମୁହାଁମୁହିଁ ହୋଇଛନ୍ତି କିଛି ଲୋକ । ଗଣମାଧ୍ୟମ ସାମ୍ନାରେ ସ୍କ୍ୱାଡ୍ଙ୍କୁ ଗାଳିଗୁଲଜ ମଧ୍ୟ କରିଛନ୍ତି । ଏଠି କହିରଖୁଛୁ କି, ୨୦୨୩ ପରଠୁ ଭୁବନେଶ୍ବର ୟୁନିଟ୍-୨ ଅଞ୍ଚଳରେ ରିନୋଭେସନ୍ ପାଇଁ ଖାଲି କରାଯାଇଥିବା ୭୬୫ଟି କ୍ବାର୍ଟରରୁ ଅନେକ କ୍ୱାର୍ଟରକୁ କିଛି ଖଳ ପ୍ରକୃତିର ଲୋକ ମାଡ଼ି ବସିବା ସହ ସେଠାରେ ନାନା ବ୍ୟବସାୟ କରିବା ଏବଂ ଘର ଭଡ଼ାରେ ଦେଇ ଟଙ୍କା ଆଦାୟ କରୁଥିଲେ ।
ଅଧିକ ପଢ଼ନ୍ତୁ: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍
ଦିନକ ପୂର୍ବରୁ ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜିଏ, ବିଡିଏ ଏବଂ ବିଏମସିର ଉଚ୍ଛେଦ ସ୍କ୍ବାଡ ମିଳିତ ଭାବେ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୨୩ରେ ରିନୋଭେସନ୍ ପାଇଁ ୟୁନିଟ-୨ ଓ ଏହା ପାଖାପାଖି ଅଞ୍ଚଳରେ ଥିବା ୭୬୫ଟି ସରକାରୀ କ୍ବାର୍ଟରକୁ ଖାଲି କରାଯାଇଥିଲା । ତେବେ ଦୀର୍ଘ ଦିନ ଧରି ଏସବୁ କ୍ବାର୍ଟର୍ସ ମରାମତି ନ ହୋଇ ଖାଲି ପଡ଼ିବାରୁ ଏହାକୁ ଜବରଦଖଲ କରିଥିଲେ କିଛି ଲୋକ । ସରକାରଙ୍କ ନାକ ତଳେ ତଥା ରାଜଧାନୀର ଛାତି ଉପରେ ଥିବା ଏ ମୂଲ୍ୟବାନ ଜାଗାରେ, ଗୋଟିଏ ପରେ ଗୋଟିଏ କ୍ବାର୍ଟର୍ସର ତାଲା ଭାଙ୍ଗି ମାଡ଼ି ବସି ନିଜେ ରହିବା ସହ ଅନେକ ଘରକୁ ଭଡ଼ାରେ ଲଗାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747820005.jpg)