Advertisment

Plus Two Exam 2025: ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
CHSE Odisha 12th Board Exam 2025 Today

Plus Two Exam

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାଆଜିଠାରୁ ଆରମ୍ଭ ହେଉଛି  । ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ୧୯ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨୭ ଯାଏ ପରୀକ୍ଷା ଚାଲିବାକୁ ଥିବାବେଳେ ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ।

Advertisment

ଅଧିକ ପଢନ୍ତୁ:ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ଗଣିତ ପରୀକ୍ଷା ପାଇଁ ଦିଆଯିବ ଅଧିକ ୧୫ ମିନିଟ

କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୨୧ ଛାତଛାତ୍ରୀ ପରୀକ୍ଷା ଦେବେ । ଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ । ମୋଟ ୨୨ଟି ସିଟିଂରେ ସମସ୍ତ ପରୀକ୍ଷା ହେବ ବୋଲି CHSE ପକ୍ଷରୁ କୁହାଯାଇଛି ।

Advertisment

କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର କୌଣସି ସିଲାବସ୍ ବଦଳି ନାହିଁ, କେବଳ ପାର୍ଟନ ବଦଳିଛି ବୋଲି ସୂଚନା ମିଳିଛି । CBSE ପାର୍ଟନରେ ପରୀକ୍ଷା ହେବାକୁ ଯାଉଥିବା ବେଳେ, ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଆସନ୍ତା ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Advertisment

ଅଧିକ ପଢନ୍ତୁ:ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଏମିତି ଅପିଲ୍ କଲେ କିଟ୍ କର୍ତ୍ତୃପକ୍ଷ

Board Examinations Odisha News CHSE Plus Two Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ