Advertisment

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ; କହିଲେ, ୫ ବର୍ଷରେ ୫୦ ବର୍ଷର ବଳକା କାମ ହେବ

ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ।

ଅଦ୍ୟତନ ହୋଇଛି
Chief Ministers Mohan Majhi In Suando

Chief Ministers Mohan Majhi

Advertisment

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ସତ୍ୟବାଦୀ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଆଣ୍ଡୋ ଷଠୀଘର ପରିଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର, ସାମିଲ ହୋଇଥିଲେ ।

Advertisment

ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ଦେବା ସହ କହିଛନ୍ତି ଯେ, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ । ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ । ୨୪ ବର୍ଷ ଭିତରେ ସରକାର ଘଟଣାସ୍ଥଳ ଯିବା ସାମ୍ନାକୁ କମ୍ ଆସିଛି । ଏହା ଗରିବଙ୍କ ସରକାର, ଗରିବ ହିସାବରେ ଆସିଛୁ ।

ଅଧିକ ପଢ଼ନ୍ତୁ: ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

ତେବେ ଆଜି ସକାଳେ ସବୁ ପ୍ରତିକ୍ଷାର ଅନ୍ତ ଘଟିଥିଲା, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସିଥିଲା । ଖୋଲିଥିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଖୋଲିଥିଲା ୪ ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଥିଲା । ସକାଳ ମଙ୍ଗଳ ଆଳତି ସମୟରେ ଖୋଲିଥିଲା ୪ ଦ୍ବାର । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

Advertisment

କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ବ ଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଥିଲେ । 

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

Rephrase with Ginger (Ctrl+Alt+E)
Chief Minister Odisha CM Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ