Advertisment

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ; ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ...

ଆଜି ଆକାଶମାର୍ଗରେ ବନ୍ୟାସ୍ଥିତି ଦେଖିବା ସହ ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିଛନ୍ତି। ଏବେ ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି।

author-image
Sujit kumar Swain
CM Conducts Aerial Survey of Flood‑Affected Areas

CM Conducts Aerial Survey of Flood‑Affected Areas

ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଆକାଶମାର୍ଗରେ ବନ୍ୟାସ୍ଥିତି ଦେଖିବା ସହ ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିଛନ୍ତି। ଏବେ ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖା ଓ ଜଳକାର ଜଳସ୍ତର ହ୍ରାସ ପାଇଛି। ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ପ୍ରଭାବିତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି।

Advertisment

ମୋଟ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି। ମୋଟ ୫ ହଜାର ୮୭୯ ଜଣଙ୍କୁ କରାଯାଇଛି ସ୍ଥାନାନ୍ତର। ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି। ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି, ତାସହ ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଥିବା ସେ ଦୋହରାଇଛନ୍ତି।

ଏପଟେ ବନ୍ୟାଞ୍ଚଳରେ ସାପ କାମୁଡା ପାଇଁ ସତର୍କ ସୂଚନା ଜାରି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଳାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ସବୁ CHC ଓ PHCରେ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିଛନ୍ତି। ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Advertisment

ରାଜ୍ୟରେ ସାପ କାମୁଡ଼ା ସଂଖ୍ୟା ଓ ଏହାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ରେ ୨ ହଜାର ୨୮୦ ସାପ କାମୁଡ଼ା ମାମଲା ଆସିଥିବା ବେଳେ ୮୪୪ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ୨୦୨୨ରେ ୪ ହଜାର ୮୫୫ କେସ୍ ଆସିଥିବା ବେଳେ ହଜାରେ ଏକ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ୯ ହଜାର ୩୨୫ ମାମଲା ଆସିଥିବା ବେଳେ ହଜାରେ ୧୬ ଜଣ ଲୋକ ସାପ କାମୁଡାରେ ପ୍ରାଣ ହରାଇଥିଲେ। ଗତବର୍ଷ ୧୬ ହଜାର ୬୮୨ ସାପ କାମୁଡ଼ା ଘଟଣା ସାମ୍ନାକୁ ଆସିଛି।

Odisha Chief Minister Mohan Majhi
Advertisment
Advertisment