Astrospeak
  • Live TV
  • Read In English

Disability Certificate Delay: ସାର୍ଟିଫିକେଟ ପାଇଁ ଅପେକ୍ଷା କରି ନୟାନ୍ତ ହଜାର ହଜାର ଭିନ୍ନକ୍ଷମ !

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ଭିନ୍ନକ୍ଷମଙ୍କ ପରୀକ୍ଷା ନିରୀକ୍ଷା ସରିଛି । ହେଲେ ଅନ୍‌ଲାଇନ୍‌ ସାର୍ଟିଫିକେଟ ମିଳିନଥିବାରୁ ଅନେକ ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଂଚିତ ହୋଇଛନ୍ତି ।

ସରକାର ଆମକୁ ସାର୍ଟିଫିକେଟ୍‌ ଦିଅ
ସରକାର ଆମକୁ ସାର୍ଟିଫିକେଟ୍‌ ଦିଅ

କିଏ କଥା କହିପାରୁନାହିଁ ତ ଆଉ କାହା ହାତରେ ପଡ଼ିଛି ବେଡ଼ି । ଅଣ୍ଟା ସଳଖି ଠିଆ ହୋଇ ପାରୁନଥିବା ଏହି ଦିବ୍ୟାଙ୍ଗମାନେ ଆଜି ନିଜର ପରିଚୟପତ୍ର ପାଇଁ ଅପେକ୍ଷା କରିଛନ୍ତି । ଏମିତି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁର ଅଂଚଳରେ । ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାଏଁ ମିଳିନି ଭିନ୍ନକ୍ଷମ ସାର୍ଟିଫିକେଟ । ଯାହାଫଳରେ ଏବେ ଅନ୍‌ଲାଇନ୍‌ ସାର୍ଟିଫିକେଟ ଅପେକ୍ଷାରେ ହଜାର ହଜାର ଭିନ୍ନକ୍ଷମ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ପଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?

ସୂଚନା ଅନୁସାରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ଭିନ୍ନକ୍ଷମଙ୍କ ପରୀକ୍ଷା ନିରୀକ୍ଷା ସରିଛି । ହେଲେ ଅନ୍‌ଲାଇନ୍‌ ସାର୍ଟିଫିକେଟ ମିଳିନଥିବାରୁ ଅନେକ ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଂଚିତ ହୋଇଛନ୍ତି । ନୂଆ ସରକାର ଆସିବା ପରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫ ଶହ ଦେବାର ଯୋଜନା ହୋଇଛି । କିନ୍ତୁ ବଡ଼ମ୍ବା-ନରସିଂହପୁରର ଯୋଗ୍ୟ ଭିନ୍ନକ୍ଷମ ଆବେଦନ କରି ଅନଲାଇନ ସାର୍ଟିଫିକେଟରୁ ବଂଚିତ ହୋଇଛନ୍ତି ।

ଗତ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ନରସିଂହପୁର ନିମସାହି ହାଇସ୍କୁଲ ଓ ବଡ଼ମ୍ବା ବ୍ଲକ ଅଫିସ ନିକଟରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ବ୍ଲକର ୨ ହଜାରରୁ ଅଧିକ ଭିନ୍ନକ୍ଷମ ଅନଲାଇନ୍‌ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ । ତିନି ମାସ ବିତି ଯାଇଥିଲେ ମଧ୍ୟ ସାର୍ଟିଫିକେଟ ନଥିବାରୁ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି କେବଳ ୧୨ ଶହ ଟଙ୍କା ଭତ୍ତା ପାଉଛନ୍ତି । ଅନଲାଇନ୍‌ ସାର୍ଟିଫିକେଟ ମିଳିଲେ, ୩୫ ଶହ ଟଙ୍କା ଭତ୍ତା ପାଇବେ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି ।

ସେପଟେ ଭିନ୍ନକ୍ଷମଙ୍କ ସମସ୍ୟା ନେଇ ନରସିଂହପୁର ଏବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ସାର୍ଟିଫିକେଟ ଯୋଗାଇ ଦେବା ପାଇଁ ବ୍ଲକ ତରଫରୁ କୌଣସି ସୁବିଧା ନାହିଁ । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଦାୟିତ୍ୱରେ ଥିବାରୁ ଆମେ ତାଙ୍କୁ ଜଣାଇଦେବୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଭିନ୍ନକ୍ଷମମାନଙ୍କୁ ଅନଲାଇନ୍‌ ସାର୍ଟିଫିକେଟ ଯୋଗାଇ ଦେବାକୁ ଦାବି ହେଉଛି ।